ପୁରୁଣା ଗାଡ଼ି ରିନ୍ୟୁଆଲ ହେବ ମହଙ୍ଗା । ୧୫ ବର୍ଷରୁ ଅଧିକ ପୁରୁଣା ଯାନବାହାନ ପାଇଁ ଦେବାକୁ ପଡ଼ିବ ମୋଟା ଅଙ୍କର ଟଙ୍କା । ତେବେ ଆସନ୍ତା ଅକ୍ଟୋବରରୁ ଲାଗୁ ହେବ ଏହି ନିୟମ । ନିକଟରେ ସଡ଼କ ଏବଂ ପରିବହନ ମନ୍ତ୍ରଣାଳୟ ଏ ସମ୍ବଦ୍ଧରେ ଏକ ଡ୍ରାଫ୍ଟ ବିଜ୍ଞପ୍ତି ଜାରି କରିଛି । କାର ଆର.ସି ରିନ୍ୟୁଆଲ ପାଇଁ ଆପଣଙ୍କୁ ଦେବାକୁ ପଡ଼ିବ ୫ ହଜାର ଟଙ୍କା । ବାଇକ ପାଇଁ ୧୦୦୦ ଟଙ୍କା ଦେବାକୁ ପଡ଼ିବ । ବସ୍ ଏବଂ ଟ୍ରକ୍ ଉପରେ ସବୁଠାରୁ ଅଧିକ ପ୍ରଭାବ ପଡ଼ିଛି । ୧୫ ବର୍ଷ ପୁରୁଣା ବସ୍ ଟ୍ରକ୍ପାଇଁ ଫିଟନେସ ରିନ୍ୟୁଆଲ ଚାର୍ଜ ୧୨ ହଜାର ୫ ଶହ ଟଙ୍କା ଦେବାକୁ ପଡ଼ିବ । ଅନ୍ୟପଟେ ଇମ୍ପୋର୍ଟେଡ୍ ଯାନବାହନ ପାଇଁ ରେଜିଷ୍ଟ୍ରେସନ ଫିସ୍ ୫ ହଜାର ଟଙ୍କା ଏବଂ ରିନ୍ୟୁଆଲ ଫିସ୍ ରହିଛି ୪୦ ହଜାର ଟଙ୍କା । କମର୍ସିଆଲ ମୋଟର ସାଇକିଲର ନୂଆ ଫିଟନେସ ସାର୍ଟିଫିକେଟ୍ପାଇଁ ୫୦୦ ଟଙ୍କା ଏବଂ ସାର୍ଟିଫିକେଟର ରିନ୍ୟୁଆଲ ପାଇଁ ୧୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ତିନିଚକିଆ ଯାନର ନୂଆ ଫିଟନେସ ସାର୍ଟିଫିକେଟ୍ପାଇଁ ୧୦୦୦ ଟଙ୍କା ଏବଂ ରିନ୍ୟୁଆଲ ପାଇଁ ୩ ହଜାର ୫ ଶହ ଟଙ୍କା ଖର୍ଚ୍ଚ ହେବ । ଟ୍ୟାକ୍ସି କିମ୍ବା କ୍ୟାବ୍ ମାମଲାରେ ନୂଆ ଫିଟନେସ ସାର୍ଟିଫିକେଟ୍ ପାଇଁ ୧ ହଜାର ଟଙ୍କା ଏବଂ ସାର୍ଟିଫିକେଟ୍ରିନ୍ୟୁଆଲ ପାଇଁ ୭ ହଜାର ଟଙ୍କା ଧାର୍ୟ୍ୟ ହୋଇଛି । ମିଡିୟମ ଗୁଡ୍ସ୍ ବା ପାସେଞ୍ଜର ଗାଡ଼ି ପାଇଁ ନୂଆ ଫିଟନେସ, ସାର୍ଟିଫିକେଟ ପିଛା ତେରଶହ ଏବଂ ସାର୍ଟିଫିକେଟର ରିନ୍ୟୁଆଲ ପାଇଁ ୧୦ ହଜାର ଦେୟ ଦେବାକୁ ପଡ଼ିବ । ସେହିଭଳି ବସ୍କିମ୍ବା ଟ୍ରକ୍ର ନୂଆ ଫିଟନେସ ସାର୍ଟିଫିକେଟ୍ ପିଛା ୧୫ ଶହ ଏବଂ ରିନ୍ୟୁଆଲ ପାଇଁ ୧୨ ହଜାର ୫ ଶହ ଟଙ୍କା ଖର୍ଚ୍ଚ ହେବ ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0