ଅକ୍ଷୟ କୁମାର ନିଜର ଆଗାମୀ ଫିଲ୍ମ ‘ରାମ ସେତୁ’ର ସୁଟିଂ ପାଇଁ ଅଯୋଧ୍ୟାରେ ପହଞ୍ଚିଛନ୍ତି। ଅକ୍ଷୟଙ୍କ ସହ ଫିଲ୍ମର ଦୁଇ ଅଭିନେତ୍ରୀ ଜ୍ୟାକଲିନ ଓ ନୁଶରତ ଭାରୁଚା ମଧ୍ୟ ପହଞ୍ଚିଛନ୍ତି। ଫିଲ୍ମ ମହୁରତ ସହ ଅକ୍ଷୟ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ସାକ୍ଷାତ କରିବେ। ଟ୍ରଷ୍ଟର ସଦସ୍ୟ ତଥା ଅଯୋଧ୍ୟା ରାଜା ବିମଳେନ୍ଦ୍ର ମୋହନ ପ୍ରତାପ ମିଶ୍ରଙ୍କ ବାସଭବନରେ ଏହି ସାକ୍ଷାତକାର ହେବ। ଅକ୍ଷୟ କୁମାର ରାମ ଜନ୍ମଭୂମି ପରିସରରେ ରାମ ଲଲ୍ଲାଙ୍କ ସମ୍ମୁଖରେ ରାମ ସେତୁର ଫିଲ୍ମର ମହୁରତ କରିବେ। ଏହାସହ ସେ ରାମ ଲଲ୍ଲାଙ୍କ ଦର୍ଶନ ଓ ପୂଜା ବି କରିବେ। ଫିଲ୍ମ ରାମ ସେତୁର ନିର୍ଦ୍ଦେଶନା ଦେଉଛନ୍ତି ଅଭିଷେକ ଶର୍ମା। ଫିଲ୍ମଟି ୨୦୨୨ ଦୀପାବଳିରେ ରିଲିଜ ହେବ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0