ଆସନ୍ତା ଏକ ବର୍ଷ ଭିତରେ ଜାତୀୟ ରାଜପଥରୁ ହଟିବ ସବୁ ଟୋଲ ପ୍ଲାଜା । ଟୋଲ ପ୍ଲାଜା ସ୍ଥାନରେ ଜିପିଏସ ଟ୍ରାକର ଦ୍ୱାରା ଗାଡିକୁ ଟ୍ରାକ୍ କରାଯିବ। ଯେତିକି ସମୟ ପାଇଁ ଓ ଯେତିକି ବାଟ ହାଇୱେରେ ଯିବେ ସେତିକି ପାଇଁ ଟୋଲ୍ ଫି ଦେବେ । ଯାହାକୁ ନେଇ ସଂସଦରେ ଏଭଳି ଘୋଷଣା କରିଛନ୍ତି ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ। ଲୋକସଭାରେ ଗୁରୁବାର ଦିନ ବି.ଏସ.ପି ସାଂସଦ କୁଅଁଲ ଦାନିସ ଅଲ୍ଲୀ ମ୍ୟୁନିସିପାଲିଟି ସୀମା ଭିତରେ ଟୋଲ୍ ପ୍ଲାଜା କଥା ସଂସଦରେ ଉଠାଇଥିଲେ । ଏହାର ପ୍ରତୁର୍ତ୍ତରରେ ଗଡକରୀ ଆସନ୍ତା ଏକ ବର୍ଷ ମଧ୍ୟରେ ରାଜପଥରୁ ସବୁ ଟୋଲ୍ ପ୍ଲାଜା ହଟାଇବାକୁ ଯୋଜନା କରୁଛନ୍ତି । ଟେକ୍ନୋଲୋଜି ସାହାଯ୍ୟ ନେଇ ସବୁ ଟୋଲ୍ ପ୍ଲାଜାକୁ ହଟାଇ ଦିଆଯିବ । ସରକାରଙ୍କ ଯୋଜନା ମୁତାବକ ଜାତୀୟ ରାଜପଥରେ ଜିପିଏସ୍ ଟ୍ରାକର ଲଗାଯିବ । ଯାହାଦ୍ୱାର ଜିପିଏସ ରାଜପଥରେ ଚାଲୁଥିବା ଗାଡିର ଫଟୋ ନେଇପାରିବ । ଅର୍ଥାତ ରାଜପଥରେ ଯେତିକି ବାଟ ଗାଡ଼ି ଯିବ ସେତିକି ବାଟ ପାଇଁ ଟୋଲ ପୈଠ କରିବାକୁ ପଡିବ ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0