spot_img

ପଶ୍ଚିମବଙ୍ଗରେ ଆରମ୍ଭ ହେଲା ପୋଷ୍ଟାଲ ଭୋଟ

ପଶ୍ଚିମବଙ୍ଗରେ ଆରମ୍ଭ ହେଲା ପୋଷ୍ଟାଲ ଭୋଟ । ୨୭ ମାର୍ଚ୍ଚରେ ପ୍ରଥମ ପର୍ଯ୍ୟାୟ ଭୋଟ ଥିବା ବେଳେ ପୋଷ୍ଟାଲ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଝରିଗ୍ରାମର ୮୦ ବର୍ଷିୟା ବୃଦ୍ଧା ବାସନ୍ତୀ ପ୍ରଥମ ଭୋଟ୍ ଦେଇଛନ୍ତି । ବାସନ୍ତୀଙ୍କ ସମେତ ଅନ୍ୟ ୬ଜଣ ବୃଦ୍ଧା ମଧ୍ୟ ବାଲାଟରେ ଭୋଟ ଦେଇଛନ୍ତି । ନିର୍ବାଚନ ଆୟୋଗଙ୍କ ଏକ ଟିମ୍ ଓ ସିଆର୍‌ପିଏଫ୍ ଦଳ ସେମାନଙ୍କ ଘରେ ପହଞ୍ଚି ଭୋଟ ଗ୍ରହଣ କରିଥିଲେ । ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ୯ଦିନ ବାକି ଥିବା ବେଳେ ଜୋର୍ ଧରିଛି ପ୍ରଚାର ରାଜନୀତି । ବିଜେପିର ବହୁ ହାଇଭୋଲଟେଜ୍ ନେତାu ବିପକ୍ଷରେ ଏକାକି ମଇଦାନରେ ଲଢୁଛନ୍ତି ମମତା । ଗୁରୁବାର ପଶ୍ଚିମବଙ୍ଗ ଗସ୍ତ କରି ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେପଟେ ନିର୍ବାଚନ ପାଇଁ ବୁଧବାର ପଶ୍ଚିମବଙ୍ଗରେ ଇସ୍ତାହାର ଜାରି କରିଛି ତୃଣମୁଳ କଂଗ୍ରେସ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular