ଭୁବନେଶ୍ୱର: ୧୩/୬ ୨୦ଟି ରୁଟ୍ରେ ଯାତ୍ରୀ ହେଉ ନ ଥିବା ହେତୁ ସରକାରୀ ବସ୍ ଚଳାଚଳ ବନ୍ଦ ହେବ । ଏ ନେେଇ ସୂଚନା ଦେଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସରକାରୀ ବସ୍ ଚାଲୁଥିବା ୬୬ ରୁଟ୍ରୁ ୨୦ଟି ରୁଟ୍ରେ ଲୋକ ହେଉ ନାହାନ୍ତି । ଏହି ୨୦ଟି ରୁଟ୍ରେ ଅତି ବେଶିରେ ୫ ଜଣ ଯାତ୍ରୀ ହେଉଛନ୍ତି, ଯେଉଁଥିପାଇଁ ସରକାର କ୍ଷତି ସହିବେ। ଏଣୁ ବାଧ୍ୟ ହୋଇ ସରକାରୀ ବସ୍ ଚଳାଚଳ ବନ୍ଦ କରାଯିବ ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।

ଅନ୍ତଃରାଜ୍ୟ ବସ୍ ଚଳାଚଳରେ କିଛି ଅସୁବିଧା ନାହିଁ । ଏଣେ ଅନିଶ୍ଚିତତା ଭିତରେ ଅନ୍ତଃରାଜ୍ୟ ବସ୍ ଚଳାଚଳ ସେବା ରହିଥିବା କୁହାଯାଉଛି। ଏବେ ସୁଦ୍ଧା ଏନେଇ କୌଣସି ନିଷ୍ପତ୍ତି ହୋଇନାହିଁ ବା କୌଣସି ରାଜ୍ୟ ସହ କଥାବାର୍ତ୍ତା ହୋଇ ନ ଥିବା ସୂଚନା ଦେଇଛନ୍ତି ପଦ୍ମନାଭ ବେହେରା।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0