ଉଷ୍ମ ହେବାରେ ଲାଗିଛି ପଶ୍ଚିମବଙ୍ଗ ନିର୍ବାଚନ । ଟିଏମସି ନେତ୍ରୀ ମମତା ବାନାର୍ଜୀ ପୁଣି ଥରେ ସରକାରକୁ ଫେରିବା ପାଇଁ କସରତ କରୁଛନ୍ତି । ପଶ୍ଚିମବଙ୍ଗରେ ସର୍ବପ୍ରଥମେ ଟିଏମସି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । କିନ୍ତୁ ଏବେସୁଦ୍ଧା ଦଳ ୪ଟି ବିଧାନସଭା ଆସନରେ ବଡ ପରିବର୍ତ୍ତନ କରିଛି । ଏଠାରେ ପୂର୍ବରୁ ଦିଆଯାଇଥିବା ପ୍ରାର୍ଥୀଙ୍କୁ ବଦଳ କରାଯାଇଛି । ତେବେ ଏହା ପଛର କାରଣ କହିନି ଟିଏମସି । ତେବେ ଅସନ୍ତୁଷ୍ଟଙ୍କୁ ମନାଇବାକୁ ଦଳ ଏପରି କରିଥିବା କୁହାଯାଉଛି ।ଟିଏମସି ତରଫରୁ କୁହାଯାଇଛି ଯେ, କଲ୍ୟାଣୀ, ଅଶୋକନଗର, ଦୁବରାଜପୁର ଓ ଅମଡଙ୍ଗାରେ ପ୍ରାର୍ଥୀ ବଦଳା ଯାଇଛି । ଦଳ ନୂଆ ପ୍ରାର୍ଥୀଙ୍କୁ ଟିକେଟ୍ ପ୍ରଦାନ କରିଛି ।ଯେବେ ମମତା ନିଜର ପ୍ରାର୍ଥୀ ତାଲିକା ଜାରି କରିଥିଲେ ସେତେବେଳେ ଅନେକ ନେତା ଅସନ୍ତୁଷ୍ଟ ଖିଲେ । ଏପରିକି ଦଳ ଛାଡିବାକୁ ଧମକ ଦେଇଥିଲେ । ଏହାକୁ ରୋକିବାକୁ ଦଳ ୪ଟି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0