spot_img

ପ୍ରତାପଙ୍କ ପାପ ଉପାଖ୍ୟାନ ବନାମ ପବିତ୍ର ସ୍ଥାନ …

ଭୁବନେଶ୍ୱର : ମଣ୍ଡି ଅବ୍ୟବସ୍ଥାକୁ ନେଇ ୬ ଦିନ ଧରି ବିଧାନସଭା ଚାଲିପାରୁ ନଥିବା ବେଳେ ଲାଗିଛି ଅଚଳାବସ୍ଥା  | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗୃହକୁ ଆସୁନାହାନ୍ତି ,ତାଙ୍କର ଅହେତୁକ ନିରବତା ଉପରେ ପ୍ରଶ୍ନ ଉଠାଇଛି ଭାଜପା  । ତାଙ୍କୁ ଖୋଜିବା ପାଇଁ ବିଜେପି ବିଧାୟକମାନେ ଗତକାଲି ବିଧାନସଭାରୁ ଶୋଭାଯାତ୍ରାରେ ବାହାରିଥିଲେ । ପ୍ରଥମେ ଖାରବେଳ ଭବନ ଅଭିମୁଖେ ଯାଇଥିଲେ | ସେଠାରେ ମୁଖ୍ୟମନ୍ତ୍ରୀ ନଥିବା ଜାଣିବା ପରେ ନବୀନ ନିବାସ ଆଡକୁ ମୁହାଁଇ ଥିଲେ |ସେତେବେଳକୁ ଏହାକୁ ମୁକାବିଲା କରିବା ପାଇଁ ଯୋଜନା‌ ପ୍ରସ୍ତୁତ କରିଥିଲା ବିଜେଡି । ନବୀନ ନିବାସ ଯାଏଁ ବାଟ କଢ଼େଇ ନେଉଛୁ କହି ବିଜେପି ବିଧାୟକଙ୍କ ପଛେ ପଛେ ବିଜେଡି ବିଧାୟକମାନେ ପଦଯାତ୍ରା ଆରମ୍ଭ କରିଥିଲେ ।  ବିଜେପି ବିଧାୟକମାନେ ନବୀନ ନିବାସ ସମ୍ମୁଖରେ ପହଞ୍ଚିଲେ। ମାତ୍ର ସେମାନଙ୍କୁ ଭିତରକୁ ଛଡ଼ା ଗଲା ନାହିଁ ।ଯାହା ଫଳରେ ସେମାନେ ନବୀନ ନିବାସ ସମ୍ମୁଖରେ ଧାରଣାରେ ବସିରହିଲେ । ସେମାନେ ନବୀନ ନିବାସ ବାହାରେ ଧାରଣାରେ ବସିଥିବାବେଳେ ବିଜେଡିର ବରିଷ୍ଠ ନେତା ତଥା ମନ୍ତ୍ରୀ ଶ୍ରୀ ଜେନା କଟାକ୍ଷ କରି କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ସବୁବେଳେ ବିଧାନସଭାରେ ରହୁଛନ୍ତି। ବିଜେପି ବିଧାୟକ ବିଧାନସଭା ଭିତରେ ଯେଉଁ କାର୍ଯ୍ୟ କରିଛନ୍ତି, ତାହା ଓଡ଼ିଶା ରାଜନୀତିକ ଇତିହାସରେ ଲଜ୍ୟାଜନକ ପରିସ୍ଥିତି ସୃଷ୍ଟି କରିଛି। ତା’ସତ୍ତ୍ୱେ ସେମାନେ ଯେତେବେଳେ ନବୀନ ନିବାସ ଆସିଛନ୍ତି, ସେମାନଙ୍କୁ ବିଜେଡି ତରଫରୁ ସ୍ୱାଗତ କରୁଛୁ। ନବୀନ ନିବାସ ହେଉଛି ପବିତ୍ର ସ୍ଥାନ ତଥା ଓଡ଼ିଶା ଇତିହାସରେ ଏହା ଏକ ପ୍ରମୁଖ ସ୍ଥାନ। ପ୍ରବାଦପୁରୁଷ ବିଜୁବାବୁଙ୍କ ଏହା କର୍ମକ୍ଷେତ୍ର ଥିଲା। ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୀତିକ ସଫଳତା ସହ ମଧ୍ୟ ଜଡ଼ିତ | ଏବଂ ଆହୁରି କହିଥିଲେ ବିଭିନ୍ନ ସମୟରେ ସେମାନେ ଯେଉଁ କୁକର୍ମ କରିଛନ୍ତି ନବୀନ ନିବାସ ଆସିଛନ୍ତି  ତାଙ୍କର ପାପ ଧୋଇଯିବ  |ସେମାନଙ୍କୁ ବୁଝାଇବାକୁ ଜଣେ ପରେ ଜଣେ ବିଜେଡିର ବରିଷ୍ଠ ବିଧାୟକ ଓ ମନ୍ତ୍ରୀ ଆସିଥିଲେ। ମାତ୍ର ମନ୍ତ୍ରୀ ଓ ବିଧାୟକଙ୍କ ବୁଝାସୁଝା କାମ ଦେଲାନି। ଶେଷରେ ମୁଖ୍ୟମନ୍ତ୍ରୀ ବାହାରକୁ ଆସିଥିଲେ। ବିଜେପି ବିଧାୟକଙ୍କୁ ଧାରଣାରୁ ଉଠାଇ ନବୀନ ନିବାସକୁ ଡାକି ନେଇଥିଲେ ଓ ସେଠାରେ ପ୍ରାୟ ଅଧାଘଣ୍ଟା ଧରି ଆଲୋଚନା ହୋଇଥିଲା । କିନ୍ତୁ ଏସବୁ ଭିତରେ ଚର୍ଚ୍ଚାରେ ଥିଲା ମନ୍ତ୍ରୀ ପ୍ରତାପ ଜେନାଙ୍କ ଏକ ପାଖିଆ ମନ୍ତବ୍ୟ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ “ନବୀନ ନିବାସ ହେଉଛି ଗୋଟେ ପବିତ୍ର ସ୍ଥଳୀ । ଆଜି ନବୀନ ନିବାସରେ ବିରୋଧୀମାନେ ପହଞ୍ଚିବା ପରେ ମୁଁ ଭାବୁଛି ତାଙ୍କର ଯେଉଁ ସବୁ ପାପ ଥିଲା, ତାହା ଧୋଇ ହୋଇ ଯାଇଛି। ସେମାନେ ସବୁ ପବିତ୍ର ହୋଇଯିବେ।”  |ଚାଷୀଙ୍କ ସମସ୍ୟାକୁ ନେଇ ବିଧାନସଭା ଚାଲି ନପାରିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଜିବା ପାଇଁ ବିଜେପି ବିଧାୟକମାନେ ଆଜି ନବୀନ ନିବାସ ଯାଇଥିଲେ | କିନ୍ତୁ  ମନ୍ତ୍ରୀ ପ୍ରତାପଙ୍କ ଏଭଳି ଚୁଗୁଲିଆ ମନ୍ତବ୍ୟକୁ ଅନେକ ନାପସନ୍ଦ କରିବା ସହ ଏହା ମନ୍ତ୍ରୀଙ୍କ ବେପରୁଆ ମନ୍ତବ୍ୟ ବୋଲି କହିଛନ୍ତି  | ସେପଟେ ପ୍ରତିବଦଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ  ଓ ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ମନ୍ତ୍ରୀ ଶ୍ରୀ ଜେନାଙ୍କ ଏଭଳି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି  ମନ୍ତ୍ରୀ ପ୍ରତାପ ଜେନା ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟପୂର୍ଣ୍ଣ । ପ୍ରତାପ ଜେନାଙ୍କ କଥା ଶୁଣିବା ପରେ ଆମେ ମାନେ  ଭିତରକୁ ଯିବାକୁ ଚାହୁଁ ନଥିଲୁ , କିନ୍ତୁ ମୁଖ୍ୟମନ୍ତ୍ରୀ ନିଜେ ବ୍ୟକ୍ତିଗତ ଡାକିବାକୁ ଆସିବାରୁ ସୌଜନ୍ୟତା ଦୃଷ୍ଟିରୁ ଭିତରକୁ ଯିବାକୁ ପଡ଼ିଲା । ପାପ କିଏ କରିଛି ସମସ୍ତେ ଜାଣିଛନ୍ତି | ବିଜେଡି ନେତାଏ ପାପରେ ବୁଡ଼ି ରହିଛନ୍ତି ବୋଲି ଦିନରାତି ଅହରହ ନବୀନ ନିବାସ ଦୌଡ଼ୁଛନ୍ତି  | ଏହାକୁ ନେଇ ଗତକାଲି ଠାରୁ ରାଜନୀତି ଯୋର ଧରିଛି |ତେବେ ଏଠାରେ ପ୍ରଶ୍ନ ଉଠୁଛି ମନ୍ତ୍ରୀ ଶ୍ରୀଯୁକ୍ତ ଜେନାଙ୍କ ଏ ମନ୍ତବ୍ୟ ଅହଂକାର ର ପରିପ୍ରକାଶ ନୁହେଁ ତ ? ନବୀନ ନିବାସ କେବେଠୁ  ଓ ପବିତ୍ର ତୀର୍ଥ କ୍ଷେତ୍ରରେ ନାମ ଲେଖେଇଲାଣି ? ନିରଙ୍କୁଶ କ୍ଷମତାରେ ଅନ୍ଧ ହୋଇଗଲେଣିକି ମନ୍ତ୍ରୀ ପ୍ରତାପ ବାବୁ ?ପାପ କଣ ? ଆଉ ପବିତ୍ର ସ୍ଥାନ କେଉଁଠି ? ଏ ସବୁର ଉତ୍ତର ଆପଣମାନେ ନିର୍ଦ୍ଧାରଣ କରିବେ …..

LEAVE A REPLY

Please enter your comment!
Please enter your name here

- Advertisment -

Most Popular