ଭୟଙ୍କର ରୂପ ନେବାକୁ ବସିଲାଣି ଦେଶର କରୋନା ସ୍ଥିତି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି। ଗତକାଲି ପ୍ରାୟ ୩୫ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୪୦ ହଜାର ପାଖାପାଖି ହୋଇଯାଇଛି। ମହାରାଷ୍ଟ୍ରରେ କରୋନା ସଂକ୍ରମଣ ମାଡ଼ି ଚାଲିଥିବାରୁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ବିଶେଷଜ୍ଞମାନେ କହିଛନ୍ତି। ହେଲେ କେବଳ ମହାରାଷ୍ଟ୍ର ନୁହେଁ, ଦିଲ୍ଲୀ, ପଞ୍ଜାବ, ତାମିଲନାଡୁ ଭଳି ରାଜ୍ୟରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଧୀରେଧୀରେ ବଢ଼ିବା ଆରମ୍ଭ ହୋଇଛି। ଅଧିକାଂଶ ସ୍ଥାନରେ ଲକଡାଉନ, ଶଟଡାଉନ ଓ ନାଇଟ କର୍ଫ୍ୟୁ ଲାଗିଥିଲେ ହେଁ ପ୍ରତିଦିନ ସଂକ୍ରମଣହାର ବଢ଼ିବାରେ ଲାଗିଛି। ଦେଶରେ ୬୫ ପ୍ରତିଶତ ନୂଆ ମାମଲା କେବଳ ମହାରାଷ୍ଟ୍ରରେ ରହିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0