ହଟିଲା ଆଷ୍ଟ୍ରାଜେନେକା ଟିକା ଉପରେ ଲାଗିଥିବା ପ୍ରତିବନ୍ଧକ । ରକ୍ତ ଜମାଟ ବାନ୍ଧୁଥିବା ଆଶଙ୍କାରେ ଆଷ୍ଟ୍ରାଜେନେକା ପ୍ରସ୍ତୁତ କରିଥିବା କରୋନା ଟିକା ଉପରେ ଲାଗିଥିବା ପ୍ରତିବନ୍ଧକକୁ ୟୁରୋପୀୟ ଦେଶଗୁଡ଼ିକ ହଟାଇ ଦେଇଛନ୍ତି। ଖୁବଶୀଘ୍ର ଆଷ୍ଟ୍ରାଜେନେକା ଟିକା ଦ୍ୱାରା ୟୁରୋପୀୟ ଦେଶଗୁଡ଼ିକ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ।ୟୁରୋପିଆନ ମେଡିକାଲ ରେଗୁଲେଟର ଟିକାର ଡୋଜ୍ ସଂପୂର୍ଣ୍ଣ ସୁରକ୍ଷିତ ଓ ଏହାଦ୍ୱାରା କୌଣସି ପ୍ରକାରରେ ବି ଲୋକଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧୁ ନାହିଁ ବୋଲି ଯାଞ୍ଚ କରି ଜାଣିବାକୁ ପାଇଛି। ଏହି ଘୋଷଣା ପରେ ପୁଣିଥରେ ୟୁରୋପୀୟ ଦେଶରେ ଆଷ୍ଟ୍ରାଜେନେକା ଟିକାର ବ୍ୟବହାର ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ୟୁରୋପୀୟ ଦେଶରେ ଆଷ୍ଟ୍ରାଜେନେକା ଟିକା ନେବା ଦ୍ୱାରା ରକ୍ତ ଜମାଟ ବାନ୍ଧୁଥିବା ରିପୋର୍ଟ ସାମ୍ନାକୁ ଆସିଥିଲା। ଏହାପରେ ଫ୍ରାନ୍ସ ଓ ଜର୍ମାନୀ ସମସ୍ତେ ୧୦ରୁ ଅଧିକ ରାଷ୍ଟ୍ର ଟିକାର ବ୍ୟବହାର ଉପରେ ଅସ୍ଥାୟୀ ଭାବେ ରୋକ ଲଗାଇଥିଲେ। ଘଟଣାକୁ ଗୁରୁତ୍ୱର ସହ ନେଇ ୟୁରୋପିଆନ ମେଡିସିନ ଏଜେନ୍ସି ଯାଞ୍ଚ ଆରମ୍ଭ କରିଥିଲା।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0