ବିଶ୍ୱର ଅନେକ ଦେଶରେ କରୋନା ଭାଇରସର ପୁନଃ ସଂକ୍ରମଣ ଆରମ୍ଭ ହୋଇଯାଇଛି । ଏହାକୁ ନଜରରେ ରଖି ଫ୍ରାନ୍ସରେ ପୁଣି ଲକଡାଉନ୍ ଜାରି ହୋଇଛି ।ଫ୍ରାନ୍ସର ରାଜଧାନୀ ପ୍ୟାରିସ ଓ ଅନ୍ୟ ଅଞ୍ଚଳରେ ଗୋଟିଏ ମାସ ଯାଏଁ ଲକଡାଉନ୍ ଜାରି କରାଯାଇଛି ।ତେବେ ଏହି ସମୟରେ ସ୍କୁଲ ଓ ଅନ୍ୟ ଜରୁରୀ ଦୋକାନ ଓ ସେବା ଚାଲୁ ରହିବ ।ଗତ ଫେବ୍ରୁଆରୀରେ ଫ୍ରାନ୍ସ ସମେତ ଅନ୍ୟ କିଛି ସ୍ଥାନରେ ଲକଡାଉନ୍ ଲାଗୁ ହୋଇଥିଲା । କାରଣ ଗତ ନଭେମ୍ବରରୁ ଏଠାରେ କରୋନା ଭାଇରସର ମାମଲା ବୃଦ୍ଧି ପାଇଥିଲା । ଏବେସୁଦ୍ଧା ଦେଶରେ ୯୧ ହଜାର ଆକ୍ରାନ୍ତ ପ୍ରାଣ ହରାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୪୧ ଲକ୍ଷ ଟପିଛି । ବୁଧବାର ହିଁ ଦେଶରେ ୩୮ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଥିଲା । ଏହାସହ ୨୪୧ ଜଣ ପ୍ରାଣ ହରାଇଥିଲେ । ଏପରିକି ଦେଶରେ ଆଇସିୟୁ ମଧ୍ୟ ଅଭାବ ରହିଛି । ଭାକସିନ୍ କମ କାରଣରୁ ମଧ୍ୟ ଟିକାକରଣ ଅଭିଯାନରେ ସମସ୍ୟା ଉପୁଜିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0