ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ଉଭାନ ହୋଇଯାଇଥିବାରୁ ନିଅଣ୍ଟିଆ ବର୍ଷାସ୍ଥିତି ଲାଗି ରହିଛି । ଯାହାକୁ ନେଇ ଚାଷୀକୂଳ ଏବେ ଚିନ୍ତାରେ । ଆଷାଢ଼ ମାସରେ ବି ବର୍ଷାର ଦେଖାନାହିଁ । ଖରା ଯୋଗୁଁ ଚାଷଜମି ଫାଟି ଆଁ କରିଛି । ପ୍ରଚଣ୍ଡ ଖରାରେ ଚାଷଜମିରେ ଚାଷ କରୁଛି ଚାଷୀ । ବିଶେଷ କରି ଉପକୂଳ ଜିଲ୍ଲାଗୁଡିକ ଅଧିକ ପ୍ରଭାବିତ ହୋଇଛି । ରାଜ୍ୟରେ ଜୁଲ୍ଲାଇ ୩୦ ସୁଦ୍ଧା ୧୪% ନିଅଣ୍ଟିଆ ବର୍ଷା ହୋଇଛି । ଆଗକୁ ବି ଏହି ସ୍ଥିତି ଲାଗି ରହିବ ଓ ଅଗଷ୍ଟ ୫ ସୁଦ୍ଧା ରାଜ୍ୟରେ ଏହିପରି ପରିସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ରଖିଛନ୍ତି ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍ଆର୍ ବିଶ୍ବାସଙ୍କ ସୂଚନା ଅନୁଯାୟୀ, ଏବେ ରାଜ୍ୟରେ ମୌସୁମୀ ଦୁର୍ବଳ ରହିଛି। ୧ ଜୁନ୍ରୁ ଜୁଲାଇ ୩୦ ପର୍ୟ୍ୟନ୍ତ ରାଜ୍ୟରେ ୪୭୪.୬ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ସ୍ବାଭାବିକ ଭାବେ ଏହି ସମୟରେ ୫୫୧.୧ ମିମି ବର୍ଷା ହୋଇଥାଏ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୪% ନିଅଣ୍ଟିଆ ବର୍ଷା ରେକର୍ଡ କରାଗଲାଣି। ଆଗକୁ ବି ଏହି ପରିସ୍ଥିତି ଲାଗି ରହିବ ଓ ଅଗଷ୍ଟ ପ୍ରଥମ ସପ୍ତାହର ଶେଷ ଆଡ଼କୁ ରାଜ୍ୟରେ ମୌସୁମୀ ସକ୍ରିୟ ହେବା ସହ ଭଲ ବର୍ଷା ହେବ ବୋଲି ସେ ସୂଚନା ଦେଇଛନ୍ତି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0