spot_img

ସିଲ୍ ହେଲା ରୁପ୍ସା ଥାନା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ରୁପ୍ସା ଥାନା ଆଇଆଇସି କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରନ୍ତ ଚିହ୍ନଟ ପରେ ରୁପ୍ସା ଥାନାକୁ ସିଲ୍ କରାଯାଇଛି । ଗତକାଲି ଅପରାହ୍ନରେ ଥାନା ଅଧିକାରୀ ଅସୁସ୍ଥ ଅନୁଭବ କରିଥିଲେ । ମୁଣ୍ଡ ବିନ୍ଧିବା ସହ ତାଙ୍କର ଜ୍ୱର ଆସିଥିଲା । ପରେ ଥାନା ଅଧିକାରୀ ନିଜେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ସ୍ୱାବ ଟେଷ୍ଟ କରିଥିଲେ । ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା ବୋଲି ଜଣାପଡିଥିଲା । ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରେଡକ୍ସ କ୍ୟାବିନରେ ରଖାଯାଇଛି । ତେବେ ଥାନାକୁ ସିଲ୍ କରାଯିବା ପରେ ସାଧାରଣ ଲୋକଙ୍କୁ ସେଠାକୁ ଯିବାକୁ ବାରଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular