spot_img

ପରଲୋକରେ ମାଲାୟଲମ ଅଭିନେତା ଅନିଲ ମୁରଲୀ

କୋଚି: ମାଲାୟଲମ ଫିଲ୍ମ ଜଗତର ବରିଷ୍ଠ ଅଭିନେତା ଅନିଲ ମୁରଲୀଙ୍କର ପରଲୋକ ହୋଇଯାଇଛି । ଗୁରୁବାର କୋଚିସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା । ଯକୃତ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଅନୀଲ ମୁରଲୀ ୧୯୯୩ରେ ମାଲାୟଲମ ଫିଲ୍ମ ‘କନ୍ୟାକୁମାରୀଲ ଓରୁ କବିତା’ ରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ମୁଖ୍ୟତଃ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ମୁରଲୀ ଉଭୟ ତାମିଲ ଓ ତେଲଗୁ ଫିଲ୍ମରେ କାମ କରିଛନ୍ତି । ହିରୋ, ଡବଲ ବ୍ୟାରେଲ, କ୍ଲାସମେଟସ୍, ସିଟି ଅଫ୍ ଗଡ ପରି ୨୦୦ ରୁ ଅଧିକ ଫିଲ୍ମରେ କାମ କରିଛନ୍ତି । ଚଳିତ ବର୍ଷ ତାଙ୍କ ଜୀବନର ଶେଷ ଚଳଚିତ୍ର ‘ଫୋରେନସିକ୍’ ମୁକ୍ତିଲାଭ କରିଛି । ତାଙ୍କର ପତ୍ନୀ ସୁମାଙ୍କ ସହ ଦୁଇ ସନ୍ତାନ ରହିଛନ୍ତି । ତାଙ୍କ ବିୟୋଗରେ ତାମିଲ ଓ ତେଲୁଗୁ ଚଳଚିତ୍ର ଜଗତ ସମେତ ସମଗ୍ର ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular