ଜୟପୁର: କରୋନା ନିଜର କାୟା ଧୀରେ ଧୀରେ ବିସ୍ତାର କରିଚାଲିଛିି । ପ୍ରଥମେ ସମ୍ବଲପୁରର ବୁର୍ଲା ମେଡ଼ିକାଲର କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ହସ୍ପିଟାଲକୁ ସଂପୂର୍ଣ୍ଣ ସିଲ କରାଯାଇଥିଲା । ସେହିପରି କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ହସ୍ପିଟାଲକୁ ୫ ଦିନ ପାଇଁ ସଟଡ଼ାଉନ କରାଯାଇଛି । ଜରୁରୀ ଚିକିତ୍ସା ବ୍ୟତୀତ ସମସ୍ତ ଓପିଡ଼ିକୁ ବନ୍ଦ କରାଯାଇଛି । ସ୍ୱାସ୍ଥ୍ୟକର୍ମୀ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏପରି ପଦକ୍ଷେପ ନିଆଯାଇଛି । ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ମେଡ଼ିକାଲ ସୁପରିଟେଣ୍ଡଣ୍ଟଙ୍କ ନିର୍ଦ୍ଦେଶନାମା ଜାରି କରାଯାଇଛି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0