spot_img

ଅଗଷ୍ଟରୁ ଦୈନିକ ୨୦ ହଜାର କରୋନା ଟେଷ୍ଟ

ଭୁବନେଶ୍ବର: ରାଜ୍ୟରେ ଏଣିକି ଦୈନିକ ୨୦ହଜାର କୋଭିଡ୍-୧୯ ପରୀକ୍ଷା କରାଯିବ। ଏ ନେଇ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍  ଆଇଏଲଏସ୍ ର ନିର୍ଦେଶକ ଡା.ଅଜୟ ପରିଡ଼ା ସୂଚନା ଦେଇଛନ୍ତି। ତାଙ୍କର ସୂଚନା ଅନୁଯାୟୀ, ଦିନକୁ ୧୨ହଜାର ବଦଳରେ ଏଣିକି ୨୦ହଜାର ପରୀକ୍ଷା କରାଯିବ । ଏଥିମଧ୍ୟରୁ ୮ ହଜାର ଆରଟିପିସିଆର ଏବଂ ୧୨ ହଜାର ଆଣ୍ଟିଜେନ୍ ଓ ଟ୍ରୁନେଟ୍ ପରୀକ୍ଷା ହେବ ବୋଲି ସେ କହିଛନ୍ତି । ସରକାର ଚାହିଁଲେ ବେସରକାରୀସ୍ତରରେ ବି ଏହି ପରୀକ୍ଷା କରାଇପାରିବେ ବୋଲି ବି ସେ କହିଛନ୍ତି। ବେସରକାରୀ ଲାବୋରାଟୋରିରେ ପରୀକ୍ଷଣ କରିପାରିବେ।

ବର୍ତ୍ତମାନ ରାଜ୍ୟରେ ଆଣ୍ଟିଜେନ କିଟ୍ ର ଅଭାବ ନାହିଁ । ସଂପ୍ରତି ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲାରେ କରୋନା ସଂକ୍ରମଣର ସ୍ଥିତି ସ୍ଥିର ଅଛି । ଅଗଷ୍ଟରେ କରୋନା ସଂକ୍ରମଣ ହ୍ରାସ ପାଇପାରେ ବୋଲି ଆଶା କରାଯାଉଛି, ମାତ୍ର ଏହା ନିର୍ଦ୍ଦିଷ୍ଟ କରି କହିହେବ ନାହିଁ ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular