spot_img

ବିଦ୍ୟାଳୟ ବିସ୍ଥାପନକୁ ନେଇ ବିରୋଧ

ବାରିପଦା: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ କେଉଟୁଣୀମାରି ଗ୍ରାମପଞ୍ଚାୟତ ଅଧନସ୍ଥ ଦରିଆଶୋଳ ଗ୍ରାମରେ ୧୯୭୪ ମସିହାରେ ପ୍ରତିଷ୍ଠା ହୋଇଥିବା ଏକ ପ୍ରାଥମିକ ବିଦ୍ୟାଳୟକୁ ନିକଟସ୍ଥ ଅନ୍ୟ ଏକ ବିଦ୍ୟାଳୟ ସହ ମିଶାଇ ଦେବାକୁ ବିରୋଧ କରିଛନ୍ତି ଗ୍ରାମବାସୀ । ଦୀର୍ଘ ସମୟ ଧରି ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ବିଦ୍ୟାଳୟର ଏକ କୋଠରୀ ଭିତରେ ଭର୍ତ୍ତି କରାଇ ତାଲା ପକାଇ ଅଟକ ରଖିଥିଲେ ଗ୍ରାମବାସୀ । ଖବର ପାଇ ଚାନ୍ଦୁଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଟକ ରହିଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ କୋଠରୀ ମଧ୍ୟରୁ ବାହାର କରିଥିଲେ । ପରେ ପୋଲିସ ଓ ଗ୍ରାମବାସୀ ମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହା ପରେ ପୋଲିସ ୬ଜଣ ଯୁବକଙ୍କୁ ଥାନାକୁ ନେଇଥିଲା । ବାରିପଦା ସଦର ଏସଡିପିଓ କେ. କେ. ହରିପ୍ରସାଦ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ସାଥିରେ ଆଣୁଥିବା ସମୟରେ ରାସ୍ତାରେ ଗ୍ରାମବାସୀମାନେ ପୋଲିସ ଗାଡିକ ଅଟକାଇ ରାଜରାସ୍ତାରେ ଧାରଣରରେ ବସିଥିଲେ ବୋଲି ସୂଚନା ମିଳିଛି । ସୁଚନା ମୁତାବକ, କୁଳିଅଣା ବ୍ଲକ ଏବିଓ ସରକାରଙ୍କ ନିୟମ ଅନୁଯାୟୀ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଛାତ୍ର ଛାତ୍ରୀ ନଥିବାରୁ ଉକ୍ତ ବିଦ୍ୟାଳୟକୁ ନିକଟସ୍ଥ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଗ୍ରାମବାସୀମାାନଙ୍କ କହିବା ଅନୁସାରେ, ୧୯୯୭ ମସିହାରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଅଧୀନ ଜମ୍ଭୀରା ବନ୍ଧ ନିର୍ମାଣ ସମୟରେ ଦରିଆଶୋଳ ଗ୍ରାମକୁ ବିସ୍ଥାପିତ ହୋଇଥାନ୍ତା । ଉକ୍ତ ବିଦ୍ୟାଳୟକୁ ଦରିଆଶୋଳ ଗ୍ରାମବାସୀ ରହୁଥିବା ସ୍ଥାନକୁ ବିସ୍ଥାପିତ କରା ନଯିବାରୁ ଏହି ସମସ୍ୟା ଆରମ୍ଭ ହୋଇଥିଲା । ତେବେ ପୋଲିସ ଦ୍ୱାରା ଅଟକ ରହିଥିବା ଗ୍ରାମବାସୀଙ୍କୁ ଛାଡିବାକୁ ଏବଂ ବିଦ୍ୟାଳୟକୁ ପୁନଃ କାର୍ଯ୍ୟକ୍ଷମ କରାଇବା ଦାବିରେ ପୋଲିସ ଗାଡିକୁ ଅଟକ ରଖି ଧାରଣାରେ ବସିଥଲେ ସ୍ଥାନୀୟ ଗ୍ରାମବାସୀ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular