ରାଜ୍ୟରେ କରୋନା ସ୍ଥିତି ନେଇ ଉନ୍ନୟନ କମିଶନରଙ୍କ ସୂଚନା । ରାଜ୍ୟରେ କରୋନା ସଂକ୍ରମଣ ବଢିବାକୁ ଲାଗିଲାଣି । ଆଗକୁ ଜୋରଦାର ଚେକିଂ ଓ ଚଢାଉ ଚାଲିବ । ହୋଲି ଓ ଦୋଳ ପାଇଁ କଟକଣା ଜାରି ହୋଇଛି । ଚଢାଉ ପାଇଁ ଜିଲ୍ଲା ପ୍ରଶାସନ ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କରୋନା ପ୍ରବଣ ରାଜ୍ୟରୁ ଫେରନ୍ତାଙ୍କ ଉପରେ ନଜର ରହିଛି । ବିମାନବନ୍ଦରରେ ଯାତ୍ରୀଙ୍କ ବିଧିବଦ୍ଧ ଭାବେ ସ୍କ୍ରିନିଂ ଚାଲିଛି । ବାହାର ଫେରନ୍ତାଙ୍କ ଉପରେ ନଜର ରଖିବାକୁ ସରପଞ୍ଚଙ୍କୁ କୁହାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗୁ କରାଗଲାଣି । କିନ୍ତୁ ଏବେ ଯାଏଁ ଓଡିଶାରେ ନାଇଟ କର୍ଫ୍ୟୁର କୌଣସି ନିଷ୍ପତ୍ତି ହୋଇନି ।



Visitors Today : 3
Total Visitors : 130172
Total Views : 9891619
Visitors Online Now : 0