ସୋର: ସୋରରୁ ଅପହୃତ ହୋଇଥିବା ଗହଣା ବ୍ୟବସାୟୀ ଶେଷରେ ଭୁବନେଶ୍ୱରରୁ ଉଦ୍ଧାର ହେଲେ। ଗହଣା କିଣିବା ବାହାନାରେ ଡାକି ବାଲେଶ୍ୱର ଜିଲ୍ଲା ସୋର ଥାନା ବେଲଦା ଛକରେ ଶୁଭମ୍ ଜୁଏଲେରିର ମାଲିକ ପ୍ରହଲ୍ଲାଦ ବେହେରାଙ୍କୁ ୪ ଦୁର୍ବୃତ୍ତ ଗତ ଗୁରୁବାରଠୁ ଅପହରଣ କରିନେଇଥିବା ବେଳେ ଗତ ରାତିରେ ସେ ଉଦ୍ଧାର ହୋଇଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ଜଣଙ୍କୁ ଅଟକ ରଖିଥିବା ବେଳେ ଅପହରଣ କରିଥିବା ୪ ଜଣ ଫେରାର ହୋଇଯାଇଛନ୍ତି। ଅପହରଣର ଶିକାର ହୋଇଥିବା ପ୍ରହଲ୍ଲାଦ କହିଛନ୍ତି, ମୋତେ ଦାଣ୍ଡହରିପୁର ଅଞ୍ଚଳର ସୁମନ୍ତ ମଳିକ ଫୋନ କରି ଝିଅ ବାହାଘର ଅଛି, ସୁନା ଆଣି ଆସ ବୋଲି କହିଲେ । ୫୦ ଗ୍ରାମ ସୁନା ନେଇକି ସେଠାରେ ପହଞ୍ଚିବା ପରେ ୪ ଜଣ ଲୋକ ଛଡ଼ାଇ ନେଲେ। ସେମାନଙ୍କ ସହ ଧସ୍ତାଧସ୍ତି ହେବାରୁ ଲୁହା ରଡ଼ରେ ପିଟିଲେ। ଏହାପରେ ସେଠାରୁ ସୁନା ନେଇ ଜଣେ ଫେରାର ହୋଇଗଲା। ଏହାପରେ ମୋ ଉପରେ କିଛି ସ୍ପ୍ରେ କରି ପରେ ୩ ଜଣ ୨ଟି ବାଇକରେ ମୋତେ ଜାମୁଝରି ପର୍ୟ୍ୟନ୍ତ ନେଇଗଲେ।” ଏହାପରେ ପ୍ରହଲ୍ଲାଦ କହିଛନ୍ତି, ”ମୋର ହୋସ ଆସି ନ ଥିବା ବେଳେ ବସରେ ବାଣିବିହାର ପର୍ୟ୍ୟନ୍ତ ନେଲେ। ସେଠାରୁ ଓହ୍ଲାଇ ଅଟୋରେ ଷ୍ଟେଶନ ନେଇଗଲେ। ସେଠାରେ ହୋସ ଆସିବା ପରେ ଷଢୁଙ୍କୁ ଫୋନ କଲି। ଏହାପରେ ଦୁର୍ବୃତ୍ତମାନେ ମୋ ହାତରୁ ଫୋନ ଛଡ଼ାଇ ନେବାରୁ ମୁଁ ଧାଇଁକି ପ୍ଲାଟଫର୍ମକୁ ପଳାଇଲି। ଏହାଦେଖି ସେମାନେ ଘଟଣାସ୍ଥଳରୁ ଦୌଡ଼ି ପଳାଇଲେ। ସେମାନଙ୍କ ନିକଟରେ ଲୁହା ରଡ଼, ଛୁରୀ ୨ଟା ଥିଲା। ଯିଏ ଡାକିଥିଲା ତାକୁ ଚିହ୍ନିଛି ହେଲେ ଯେଉଁମାନେ ଅପହରଣ କରିଥିଲେ ସେମାନଙ୍କୁ ଚିହ୍ନିନି।” ଏନେଇ ସୋର ଥାନା ଆଇଆଇସି କହିଛନ୍ତି, “ଦାଣ୍ଡହରିପୁରର ଜଣେ ଯୁବକ ଫୋନ କରି ପ୍ରହଲ୍ଲାଦଙ୍କୁ ଡାକିଥିଲା। ସେଠାରୁ କିଛି ଲୋକ ତାକୁ ଅପହରଣ କରି ନେଇ ଭୁବନେଶ୍ୱର ନେଇଗଲେ। ଏହାପରେ ପୁଲିସ ଟିମ ଭୁବନେଶ୍ୱର ଯାଇ ତାଙ୍କୁ ଉଦ୍ଧାର କରିଛି।”



Visitors Today : 0
Total Visitors : 130169
Total Views : 9891615
Visitors Online Now : 0