ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କରୋନା ସଂକ୍ରମିତ ହୋଇଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସ୍ଵାସ୍ଥ୍ୟ ମାମଲାର ସ୍ଵତନ୍ତ୍ର ସହାୟକ ଫୈସଲ ସୁଲତାନ ଏହାର ଘୋଷଣା କରିଛନ୍ତି। ଇମ୍ରାନ ଖାନ ନିଜକୁ କ୍ଵାରେଣ୍ଟାଇନ କରିଛନ୍ତି। ଇମ୍ରାନ ଖାନ ଗୁରୁବାର ହିଁ ଚୀନର କରୋନା ଭାଇରସ୍ ଭ୍ୟାକସିନ ନେଇଥିଲେ। ହେଲେ ଭ୍ୟାକସିନ ନେବାର ୪୮ ଘଣ୍ଟା ପରେ ଇମ୍ରାନ ଖାନ କରୋନା ଭାଇରସ୍ରେ ସଂକ୍ରମିତ ହୋଇଛନ୍ତି। ପାକିସ୍ତାନରେ କରୋନା ଭାଇରସ୍ ସଂକ୍ରମଣ ବଢୁଥିବା ଦେଖି ଇମ୍ରାନ ଖାନ ଭୟରେ ଗୁରୁବାର କରୋନା ଭ୍ୟାକସିନର ପ୍ରଥମ ଡୋଜ୍ ନେଇଥିଲେ। ୬୭ ବର୍ଷୀୟ ଇମ୍ରାନ ଖାନ ଦେଶରେ ଜାରି ଟିକାକରଣ ଅଭିଯାନ ସମୟରେ ପ୍ରଥମ ଡୋଜ୍ ନେଇଛନ୍ତି। ଏହା ପୂର୍ବରୁ ସେ ଦେଶର ଅନେକ ଅଞ୍ଚଳରେ ସ୍ମାର୍ଟ ଲକ୍ଡାଉନ୍ ଘୋଷଣା କରିଥିଲେ।ଚୀନରୁ ମାଗଣାରେ ମିଳିଥିବା ଭ୍ୟାକସିନର ଡୋଜ୍ରେ ମଧ୍ୟ ଇମ୍ରାନ ସରକାର ଦେଶରେ ନିଜର ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ ଚଳାଇ ପାରୁ ନାହାନ୍ତି। ଚୀନରୁ ଏ ପର୍ଯ୍ୟନ୍ତ ତିନୋଟି କିସ୍ତିରେ ମିଳିଥିବା ଭ୍ୟାକସିନରୁ ଅଧିକାଂଶ ଡୋଜ୍ ସରକାର, ସେନା, ଉଦ୍ୟୋଗପତି ଓ ରାଜନୈତିକ ପାର୍ଟିରେ ଥିବା ଲୋକଙ୍କୁ ଦିଆଯାଇଛି। ଏହି କାରଣରୁ ସାଧାରଣ ଲୋକଙ୍କୁ ସୀମିତ ପରିମାଣରେ ଭ୍ୟାକସିନ ମିଳି ପାରିଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0