ଜାପାନର ଟୋକିଓରେ ଭୂକମ୍ପର ଜବରଦସ୍ତ ଝଟକା। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ର ୬.୮ ବୋଲି ଜଣାପଡ଼ିଛି। ଭୂମିକମ୍ପ ପରେ ପରେ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ସୁନାମୀ ଆଲର୍ଟ ଜାରି କରାଯାଇଛି। ତେବେ ସ୍ଥାନୀୟ ଅଞ୍ଚଳରେ ଭୂମିକମ୍ପ ପରେ ସୁନାମୀର ପ୍ରଥମ ଲହର ଏକ ମିଟର ଉଠିଥିବା ସୂଚନା ମିଳିଛି। ସ୍ଥାନୀୟ ସମୟ ଅନୁସାରେ ଭୂମିକମ୍ପ ସନ୍ଧ୍ୟା ୬.୯ରେ ଆସିଛି। ମିୟାଗୀ ଅଞ୍ଚଳର ପାଖାପାଖି ୬୦ କିମି ଗଭୀରତାରେ ଭୂମିକମ୍ପ ଆସିଥିବା କୁହାଯାଉଛି। ସ୍ଥାନୀୟ ଅଞ୍ଚଳରେ ରେଳ ସେବା ବନ୍ଦ କରିଦିଆଯାଇଛି। ଶିଙ୍କାନସେନ ବୁଲେଟ ଟ୍ରେନ୍ ସେବା ମଧ୍ୟ ବନ୍ଦ ରହିଛି। ୧୧ ମାର୍ଚ୍ଚ ୨୦୧୧ରେ ଜାପାନରେ ରିକ୍ଟର ସ୍କେଲ୍ରେ ୯ ତୀବ୍ରତାରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ତାପରେ ସୁନାମୀ ମଧ୍ୟ ଆସିଥିଲା। ଅନେକ ଲୋକଙ୍କ ଜୀବନ ନେଇଥିଲା ସୁନାମୀ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0