ଲକ୍ଷ୍ନୌ : ଗାଡି ଚଳାଇବା ବେଳେ ଫୋନରେ କଥା ହେଲେ ଦେବାକୁ ପଡିପାରେ ୧୦ ହଜାର ପର୍ଯ୍ୟନ୍ତ ଜରିମାନା । ଉତ୍ତର ପ୍ରଦେଶ ସରକାର ପୂର୍ବରୁ ଜୁନ ୧୬ ତାରିଖରେ ମୋଟରଯାନ ନିୟମ ଲାଗୁ କରିଥିଲେ । ଏବେ ଏହା କାର୍ଯ୍ୟକାରୀ କରାଯାଇଛି । ନୂଆ ନିୟମ ଅନୁଯାୟୀ, ବର୍ତ୍ତମାନ ଗାଡି ଚଳାଇବା ସମୟରେ ଫୋନରେ କଥା ହେଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ । ଦୁଇ ଚକିଆ ଯାନ, ଚାରି ଚକିଆ ଯାନ ଚଲାଇବା ସମୟରେ ଫୋନରେ କଥାବାର୍ତ୍ତା କଲେ ପ୍ରଥମ ଥର ହଜାରେ ଟଙ୍କା ଜରିମାନା ଦେବାକୁ ପଡିବ । ପୁଣି ଧରେ ଏନେଇ ଧରା ପଡିଲେ ୧୦ ହଜାର ଟଙ୍କା ଫାଇନ୍ ଦେବାକୁ ପଡିବ । ଏବେ ରାଜ୍ୟରେ ହେଲମେଟ୍ ବିନା ଗାଡି ଚଲାଇଲେ ୧ ହଜାର ଟଙ୍କା ଜରିମାନା ଦେବାକୁ ପଡିବ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0