spot_img

ମଦ ଭାବି ପିଇଲେ ହ୍ୟାଣ୍ଡ ସାନିଟାଇଜର, ୯ମୃତ

ପ୍ରକାଶମ: ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । ଆଲକହଲ ମିଶ୍ରିତ ହ୍ୟାଣ୍ଡ ସାନିଟାଇଜର ପିଇ ୯ ଜଣ ମୃତ୍ୟୁ ବରଣ କରିଛନ୍ତି । ବୁଧବାର ବିଳମ୍ବିତ ରାତିରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଗୁରୁବାର ରାତିରେ ଦୁଇଜଣ ଓ ଶୁକ୍ରବାର ସକାଳେ ଅନ୍ୟ ୬ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ତିନିଜଣ ଭିକାରୀ ହୋଇଥିବା ବେଳେ ଅନ୍ୟମାନେ ସ୍ଥାନୀୟ ବସ୍ତି ବାସିନ୍ଦା । ସୂଚନା ମୁତାବକ ଦୁଇଦିନ ମଧ୍ୟରେ ପ୍ରାୟ ୨୦ ଜଣ ଲୋକ ସାନିଟାଇଜର ପିଇଥିଲେ । କରୋନା କଟକଣା ପାଇଁ ମଦ ବିକ୍ରି ବନ୍ଦ ଥିବାରୁ ଉକ୍ତ ବ୍ୟକ୍ତିମାନେ ଆଲକହଲ ମିଶ୍ରିତ ହ୍ୟାଣ୍ଡ ସାନିଟାଇଜର ପିଇଥିବା ଜିଲ୍ଲା ପୋଲିସ୍ ଅଧିକ୍ଷକ ସିଦ୍ଧାର୍ଥ କୌଶଲ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular