ବଡଚଣା : ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଭରତପୁର ପଞ୍ଚାୟତର ପଣସୁଧା ଗ୍ରାମରେ ଗତ ଛଅ ତାରିଖ ରାତିରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ବେଳେ ଉତ୍ୟକ୍ତ ଲୋକେ ପୋଲିସକୁ ମାଡ ମାରିବା ସହିତ ପୋଲିସ୍ ଗାଡିକୁ ଜାଳିଦେବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଘଟଣାକୁ ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ମୁଖ୍ୟ ଆସାମୀ ବସନ୍ତରାଜ ସାମଲ ସମେତ ଅନ୍ୟ ଆସାମୀ ମାନଙ୍କୁ ପୋଲିସ୍ ଗିରଫ କରିବାରେ ବିଫଳ ହୋଇଛି ।ସବୁଠାରୁ ବଡ଼ କଥା ହେଲା ମୁଖ୍ୟ ଆସାମୀ ବସନ୍ତରାଜ ସାମଲ ଫେରାର ଥିବା ବେଳେ ବଡଚଣା ବିଧାୟକ ବସନ୍ତରାଜଙ୍କ ପରିବାରକୁ ସମବେଦନା ଜଣାଇବା ପାଇଁ ଘରେ ପହଞ୍ଚିବା ସ୍ପଷ୍ଟ ପ୍ରମାଣ କରୁଛି କି ବିଧାୟକଙ୍କ ଇଙ୍ଗିତରେ ତଦନ୍ତ ପ୍ରକ୍ରିୟାକୁ ବାଟବଣା କରାଯାଉଛି । ଏହାକୁ ନେଇ ବିଜେପି ଅଠର ତାରିଖରେ ବାଲିଚନ୍ଦ୍ରପୁର ଥାନା ଘେରାଉ କରିବା ସହ ପୋଲିସକୁ ନ୍ୟାୟ ପ୍ରଦାନ କରିବା ପାଇଁ ଦାବି ଜଣାଇଥିଲା । ଏହି ଭଳି ସମ୍ବେଦନଶୀଳ ଘଟଣାରେ ବିଜେଡି ଅନୁତାପ କରିବା ପରିବର୍ତ୍ତେ ସ୍ୱୟଂ ସହାୟକ ଗୋଷ୍ଠୀର କିଛି ମହିଳାଙ୍କୁ ପ୍ରଲୋଭିତ କରି ଆଣି ବାଲିଚନ୍ଦ୍ରପୁର ଥାନା ଘେରାଉ କରିବା ସହ ମହିଳାଙ୍କୁ ଅସମ୍ମାନ ଉଦେଶ୍ୟରେ ଦାବି ଜଣାଇଥିଲେ । ଯେଉଁ ମହିଳା କାର୍ଡ ଖେଳି ବିଜେଡି ଗାଦିରେ ବସିଥିଲା ଆଜି ସେହି କାର୍ଡ ଖେଳି ଦୋଷୀକୁ ଘଣ୍ଟ ଘୋଡାଇବା ସହ ତଦନ୍ତକୁ ବାଟବଣା କରିବା ପାଇଁ ଅପଚେଷ୍ଟା କରୁଛି ବିଜେଡି ।



Visitors Today : 0
Total Visitors : 130432
Total Views : 9891963
Visitors Online Now : 0