ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ୪ର୍ଥ ଟି-ଟ୍ବେଣ୍ଟି ପରେ ଅମ୍ପାୟାରଙ୍କ ସଫ୍ଟ୍ ସିଗ୍ନାଲ୍କୁ ନେଇ ବିବାଦ। ୪ର୍ଥ ଟି-ଟ୍ବେଣ୍ଟିରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଯେଉଁଭଳିଭାବେ ଆଉଟ ହୋଇଥିଲେ ତାହା ବିବାଦୀୟ ଥିଲା। ଏହା କେବଳ ସଫ୍ଟ୍ ସିଗ୍ନାଲ୍କୁ ଭୁଲ ପ୍ରମାଣିତ କରିଥିଲା ତାହା ନୁହେଁ ବରଂ ଆଗକୁ ଏଭଳି ସମସ୍ୟା ଜାରି ରହିଲେ ପରିଣାମ ଗମ୍ଭୀର ହେବ। ଇଂଲଣ୍ଡର ଦ୍ରୁତ ବୋଲର ସାମ କରନ୍ଙ୍କ ବଲରେ ସ୍ବିପ୍ ସଟ୍ ଖେଳିଥିଲେ ସୂର୍ଯ୍ୟକୁମାର ଯାଦବ ଏବଂ ବଲକୁ ଡିପ୍ ଫାଇନ୍ ଲେଗ୍ରେ ଥିବା ଫିଲଡର ଡେଭିଡ୍ ମଲାନ୍ଙ୍କ ହତାକୁ ଯାଇଥିଲା। ତେବେ କ୍ୟାଚ୍କୁ ନେଇ ସନ୍ଦେହ ଯାତ ହେବାରୁ ତୃତୀୟ ଅମ୍ପାୟାରଙ୍କ ସହଯୋଗ ଲୋଡିଥିଲେ ଫିଲଡ୍ ଅମ୍ପାୟାର। ଏହା ପୂର୍ବରୁ କିନ୍ତୁ ପଡିଆ ଅମ୍ପାୟାର ସୂର୍ଯ୍ୟକୁମାର ଯାଦବଙ୍କୁ ସଫ୍ଟ ସିଗ୍ନାଲ୍ ଭାବେ ଆଉଟ ଘୋଷଣା କରିଥିଲେ।ଅମ୍ପାୟାର କ୍ୟାମେରାର ପ୍ରତ୍ୟେକ କୋଣ ସହିତ ଯାଞ୍ଚ କରିବାକୁ ଚେଷ୍ଟା କରିଥିଲେ ଯେ କ୍ୟାଚ୍ ସଠିକ୍ ଭାବରେ ଧରାଯାଇଛି କି ନାହିଁ। ଯାହାକି ଅନେକ ସମୟ ମଧ୍ୟ ଲାଗିଥିଲା। ଟିଭି ରିପ୍ଲେ ୩ଡ଼ି ବଦଳରେ ୨ଡ଼ିରେ ଦେଖାଯାଏ ଯେଉଁଥିପାଇକି ଟିଭି ଅମ୍ପାୟାର ମଧ୍ୟ ନିଷ୍ପତ୍ତି ନେବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଆଇସିସି ଏହାକୁ ବିଚାର କରି ସଫ୍ଟ ସିଗ୍ନାଲ୍ରେ ପରିବର୍ତ୍ତନ କରିବାକୁ ସୋସିଆଲ ମିଡିଆରେ ଦାବି କରିଛନ୍ତି କ୍ରିକେଟ୍ ପ୍ରଶଂସକ।



Visitors Today : 0
Total Visitors : 130430
Total Views : 9891961
Visitors Online Now : 0