ଅମଦାବାରେ ଟିମ ଇଣ୍ଡିଆ କ୍ୟାପଟେନଙ୍କ ଝିଅ ଭାମିକାଙ୍କୁ ସୁନ୍ଦର ସରପ୍ରାଇଜ । ବିରାଟଙ୍କ ମ୍ୟାଚ ଦେଖିବାକୁ ଅନୁଷ୍କା ପ୍ରଥମଥର ପାଇଁ ଝିଅକୁ ନେଇ ଅହମଦାବାଦ ଯାଇଥିଲେ । ସେଠାରେ ସେମାନେ ହୟାନ ରିଜେନ୍ସି ନାମକ ଏକ ହୋଟେଲରେ ରହୁଛନ୍ତି । ହୋଟେଲରେ ପହଞ୍ଚିବା ପୂର୍ବରୁ ହୋଟେଲ କର୍ମଚାରୀ ଭାମିକାଙ୍କୁ ସୁନ୍ଦର ସରପ୍ରାଇଜ ଦେଇଥିଲେ। ହୋଟେଲ ମ୍ୟାନେଜମେଣ୍ଟ ଷ୍ଟାଫ ଭାମିକାଙ୍କୁ ସ୍ୱାଗତ କରିବାକୁ ରୁମର ଗେଟ୍ ପାଇଁ ଏକ କଷ୍ଟମାଇଜ ନେମ୍ ପ୍ଲେଟ୍ ପ୍ରସ୍ତୁତ କରିଥିଲେ। ଏହି ନେମ୍ ପ୍ଲେଟରେ ଉପରେ ଲେଖା ହୋଇଥିଲା ‘ହୋମ୍ ସ୍ୱିଟ୍ ହୋମ୍’। ଏହି ନେମ୍ ପ୍ଲେଟରେ ତିନିଜଣଙ୍କ ନାଁ ବିରାଟ, ଅନୁଷ୍କା ଓ ଭାମିକା ମଧ୍ୟ ଲେଖାଯାଇଥିଲା। ଅନୁଷ୍କା ଝିଅ ଭାମିକା ସହ ଅହମଦାବାଦ ଏୟାରପୋର୍ଟରେ ପ୍ରାଇଭେଟ୍ ଜେଟରୁ ଓହ୍ଲାଇଥିଲେ। ସେତେବେଳେ ପେପରାଜି ଅନୁଷ୍କା ଓ ଭାମିକାଙ୍କ ଫଟୋ କ୍ଲିକ୍ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅନୁଷ୍କା ପେପରାଜିକୁ ଅନୁରୋଧ କରି ଫଟୋ ଉଠାଇବାକୁ ମନା କରିଦେଇଥିଲେ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0