spot_img

ନେହା କକ୍କରଙ୍କ ନୂଆ ଗୀତ ‘ମରଜାନେୟା’ ରିଲିଜ

ନିକଟରେ ରିଲିଜ ହୋଇଛି ନେହା କକ୍କରଙ୍କ ନୂଆ ଗୀତ ‘ମରଜାନେୟା’ । ଗୀତରେ ଠୁମକା ଲଗାଇଛନ୍ତି ବିଗବସ ୧୪ର ବିଜେତା ରୁବିନା ଦିଲୈକ ଏବଂ ଅଭିନବ ଶୁକ୍ଳା । ନେହାଙ୍କ ଏହି ଗୀତକୁ ମଧ୍ୟ ଭଲ ରେସପନ୍ସ ମିଳିଛି।ଏହି ଗୀତର ମ୍ୟୁଜିକ ରଜତ ନାଗପାଲ ଦେଇଥିବାବେଳେ । ଅନଶୁଲ ଗର୍ଗ ଏହାର ପ୍ରଡ୍ୟୁସର ଅଟନ୍ତି। ଏହାକୁ  ୟୁଟ୍ୟୁବ ଚ୍ୟାନେଲରେ ରିଲିଜ କରାଯାଇଛି। ବିଗବସ୍ରୁ ଜିତିବା ପରେ ରୁବିନା ଏବଂ ଅଭିନବଙ୍କ ସହିତ ଏହା ପ୍ରଥମ ପ୍ରୋଜେକ୍ଟ ଅଟେ। ଏହି ଗୀତ ରିଲିଜ ହେବାର କିଛି ଘଣ୍ଟା ମଧ୍ୟରେ ୟୁଟ୍ଯୁବରେ ୩ ଲକ୍ଷ ୭୯ ହଜାରରୁ ଅଧିକ ଭ୍ଯୁ ମିଳିଛି। ଏହି ଗୀତର ପୋଷ୍ଟର ପ୍ରଥମେ ୯ ମାର୍ଚ୍ଚରେ ସେୟାର କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

- Advertisment -

Most Popular