spot_img

କଟକରୁ ଆଉ ୨୨ କରୋନା ପଜିଟିଭ ଚିହ୍ନଟ

କଟକ: କଟକ ସହରରୁ ଆଜି ଆଉ ୨୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୫ଜଣ କ୍ୱାରେଣ୍ଟାଇନ ରେ ଥିବା ବେଳେ ୭ଜଣ ସ୍ଥାନୀୟ ସଂକ୍ରମିତ ରହିଛି । ଏନେଇ କଟକ ମହାନଗର ନିଗମ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଦେୱାନ ବଜାରରୁ ୨, ଶିଖରପୁରରୁ ୧, ନୂଆପଡ଼ାରୁ ୧, ଅରୁଣୋଦେୟ ମାର୍କେଟରୁ ୧,ବାଦାମବାଡ଼ି ରକ୍ସିଲେନରୁ ୧, ମଙ୍ଗଳାବାଗରୁ ୧,ମହାନଦୀ ବିହାରରୁ୧,କ୍ୟାଣ୍ଟନମେଣ୍ଟ ରୋଡ଼ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

 

ଏହାକୁ ମିଶାଇ କଟକ ଟାଉନରୁ ୯୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୩୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏବେ ୪୫୭ଜଣ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular