spot_img

ଆଫଗାନିସ୍ତାନରେ ଆତ୍ମଘାତୀ ବୋମା ବିସ୍ପୋରଣ, ୯ମୃତ

କାବୁଲ: ଆଫଗାନିସ୍ତାନରେ ଆତ୍ମଘାତୀ ବୋମା ମାଡ ହୋଇଛି । ଫଳରେ ୯ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୫୦ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ଆଫଗାନିସ୍ତାନର କନ୍ଦାହାର ସ୍ପିନ ବୋଲ୍ଡକ ଜିଲ୍ଲାର ଜନବହୁଳ ଅଞ୍ଚଳରେ ଗୁରୁବାର ଦିନ ଆତ୍ମଘାତୀ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଇଦ-ଉଲ-ଅଜହରର ଦିନକ ପୂର୍ବରୁ ହୋଇଥିବା ଆକ୍ରମଣ ପାଇଁ ତାଲିବାନ ନିଜକୁ ଦାୟୀ କରିନାହିଁ । ମାତ୍ର ଆଫଗାନିସ୍ତାନ ଏ ନେଇ ପାକିସ୍ତାନ ଉପରେ ସନେ୍ଦହ କରୁଛି ।
ଆଫଗାନିସ୍ତାନ ରକ୍ଷା ମନ୍ତ୍ରାଳୟ ତରଫରୁ ଦେଶର ସମସ୍ତ ସୈନ୍ୟମାନଙ୍କୁ ଆଲର୍ଟ କରାଯାଇଥିବା ସୂଚନା ମିଳିଛି । ବିଶେଷ କରି ୨୦୫ ଅଟଳ, ୨୦୧ ସଲାବ ଏବଂ ୨୦୩ ଥଣ୍ଡର କୌପୋ କୁ ପ୍ରସ୍ତୁତ ରଖାଯାଇଛି । ଯଦି ପାକିସ୍ତାନ ସେନା ଆଫଗାନିସ୍ତାନର ଆକ୍ରମଣ କରିବା ପାଇଁ ଚେଷ୍ଟା କରେ ତେବେ ଦେଶର ସେନା ତାର ଉଚିତ୍ ଜବାବ ଦେବ ବୋଲିି ରକ୍ଷା ମନ୍ତ୍ରାଳୟ ଜେନେରାଲ ମୋହମଦ ୟାସିନ ଜିଆ ଲେବି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular