spot_img

କଟକ ବଡ ମେଡିକାଲରେ କରୋନା ରୋଗୀ ହଟହଟା

କଟକ : ମହାମାରୀ କରୋନା ବର୍ତ୍ତମାନ ଲୋକଙ୍କ ମନରେଏମିତି ଆତଙ୍କ ସୃଷ୍ଟି କରିଛି, ଯାହାଫଳରେ ମେଡିକାଲକୁ ଗୁରୁତର ଅବସ୍ଥାରେ ଆସୁଥିବା ରୋଗୀମାନେ ନାହିଁନଥିବା ଅସୁବିଧାର ଶିକାର ହେଉଛନ୍ତି । ଏମିତି କି ରୋଗୀ ମୃତ୍ୟୁ ବରଣ ମଧ୍ୟ କରୁଛନ୍ତି ।

ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଗତକାଲି କଟକ ବଡ ମେଡିକାଲରେ । ବାଲେଶ୍ୱର ଅଞ୍ଚଳର ଜଣେ ବ୍ୟକ୍ତି ବିଷ ପିଇ ଗୁରୁତର ହେବାରୁ, ତାଙ୍କୁ ପରିବାର ଲୋକେ ଗତକାଲି ସନ୍ଧା ୬ଟାରେ କଟକ ବଡ ମେଡିକାଲକୁ ଆଣିଥିଲେ । ସେଠାରେ ରୋଗୀକୁ ସାଲାଇନ ଓ ଇଞ୍ଜେକସନ ଦିଆଯାଇ ତାଙ୍କର ରକ୍ତ ପରୀକ୍ଷା ପାଇଁ ପଠାଯାଇଥିଲା । ରିପୋର୍ଟ ପଜିଟିଭ୍ ଆସିଥିଲା ।

 

ଏହାପରେ ରାତି ୯ଟାରୁ ସେ କାଜୁଆଲିଟିରେ ପଡି ଛଟପଟ ହେଉଥିଲେ ମଧ୍ୟ କୌଣସି ୱାର୍ଡକୁ ସ୍ଥାନାନ୍ତର କରି ତାଙ୍କର ଚିକିତ୍ସା କରାଯାଇନଥିଲା । ରୋଗୀଙ୍କ ଅବସ୍ଥା ସଂଙ୍କଟାପନ୍ନ ହେବାରୁ ପରିବାର ଲୋକେ ମେଡିକାଲତ୍ତକର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ହେଲେ କୋଭିଡ୍ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯିବ କହି ମେଡିକାଲ କର୍ତ୍ତୃପକ୍ଷ ନିରବ ରହିଥିଲେ ।
ସାରାରାତି ବିତି ଯାଇଥିଲେ ମଧ୍ୟ କୋଭିଡ୍ ଗାଡି ଆସିନଥିଲା । ଦୀର୍ଘ ସମୟଧରି ରୋଗୀ କାଜୁଆଲିଟିରେ ଛଟପଟ ହେଉଥିଲେ । ଯଦି ରୋଗୀ ର ମୃତ୍ୟୁ ହୁଏ ତେବେ ମେଡିକାଲ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ପରିବାର ଲୋକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular