ପୁଣି କଡ ଲେଉଟାଇଛି କରୋନା। ଦେଶରେ ପୁଣି ଦିନକରେ ୪୩ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୪୩ ହଜାର ୮୪୬ଟି କରୋନାର ନୂଆ ମାମଲା ସାମ୍ନାକୁ ଆସିଛି। ଫଳରେ କରୋନା ଆକ୍ଟିଭ କେସ ୩ ଲକ୍ଷ ପାର ପାର କରିଛି। ସେହିପରି ଗତ ୨୪ ଘଣ୍ଟାରେ କରୋନାରେ ଆକ୍ରାନ୍ତ ହୋଇ ୧୯୭ ଜଣ ପ୍ରାଣ ହରାଇଛନ୍ତି। ଅନ୍ୟପଟେ ୨୨ ହଜାର ୯୫୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। କରୋନାର ବଢୁଥିବା ସଂକ୍ରମଣକୁ ଦେଖି ମଧ୍ୟପ୍ରଦେଶ ସରକାର ରାଜ୍ୟକୁ ସମ୍ପୂର୍ଣ୍ଣ ଲକଡାଉନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମଧ୍ୟ ପ୍ରଦେଶର ୩ଟି ସହର ଭୋପାଳ , ଇନ୍ଦୋର ଓ ଜବଲପୁରରେ ଆଜି ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି । ଗତ୨୪ ଘଣ୍ଟାରେ ଭୋପାଳରେ ୩୪୫, ଇନ୍ଦୋରରେ ୩୧୭, ଏବଂ ଜବଲପୁରରେ ୧୧୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0