spot_img

ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ କରୋନା

ନୂଆଦିଲ୍ଲୀ : ଲୋକସଭା ବାଚସ୍ପତି ଓମ୍ ବିର୍ଲା କରୋନା ସଂକ୍ରମିତ ।  ୧୯ ମାର୍ଚ୍ଚରେ ତାଙ୍କର କୋଭିଡ୍ ପଜିଟିଭ୍ ଜଣାପଡ଼ିଥିଲା । ତା’ପରେ ଓମ୍ ବିର୍ଲାଙ୍କୁ ଶନିବାର ଏମ୍ସର କୋଭିଡ୍ ସେଣ୍ଟରରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ଜଣାପଡ଼ିଛି । ଏହାସହ ତାଙ୍କ ସଂପର୍କରେ ଆସିଥିବା ଲୋକମାନଙ୍କୁ ତୁରନ୍ତ ପରୀକ୍ଷା କରାଇନେବା ପାଇଁ ସେ କହିଛନ୍ତି । କିଛିଦିନ ହେବ ଓମ୍ ବିର୍ଲାଙ୍କ ଦେହ ଅସୁସ୍ଥ ରହୁଥିଲା । ଯେତେବେଳେ ତାଙ୍କର କୋଭିଡ୍ ଟେଷ୍ଟ କରାଗଲା ସେତେବେଳେ ସେ ପଜିଟିଭ୍ ଥିବା କଥା ଜଣାପଡିଥିଲା । ସେଠାରେ ଡାକ୍ତର ମାନେ ତାଙ୍କର ଚିକିତ୍ସା କରୁଥିବା ଜଣାପଡିଛି ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular