ପଶ୍ଚିମବଙ୍ଗରେ ନିର୍ବାଚନ ତାତି ଅଧିକରୁ ଅଧିକ ଗରମ ହେବାରେ ଲାଗିଛି ।ରାଜ୍ୟରେ ବିଜେପି ଓ ଟିଏମସି ମଧ୍ୟରେ ମୁଖ୍ୟତଃ ମୁକାବିଲା ହେଉଛି । ଉଭୟ ଦଳ ପରସ୍ପର ପ୍ରତି ଆରୋପ ପ୍ରତ୍ୟାରୋପ କରୁଛନ୍ତି .। ଏହାମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିଏମସି ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଟିଏମସି ଦୁର୍ନୀତିର ସମସ୍ତ ପୁରୁଣା ରେକର୍ଡ ଭାଙ୍ଗିଛି । ପଶ୍ଚିମବଙ୍ଗବାସୀ କଂଗ୍ରେସ, ବାମଦଳ ଓ ଟିଏମସିକୁ ୭୦ ବର୍ଷ ଦେଇଛନ୍ତି । କିନ୍ତୁ ଲୋକଙ୍କ ଆଶା ପୂରଣ କରିବାରେ ଏହି ସବୁ ଦଳ ବିଫଳ ହୋଇଛନ୍ତି । ଶନିବାର ମୋଦୀ ଖଡଗ ପୁରରେ ଏକ ରାଲିରେ ଉଦବୋଧନ ଦେଇଥିଲେ । ସେ ରାଲିରେ ମମତାଙ୍କୁ ଟାର୍ଗେଟ କରିଥିଲେ । ଏହାସହ କେନ୍ଦ୍ର ସରକାରଙ୍କ ଯୋଜନା ପଶ୍ଚିମବଙ୍ଗରେ ଲୋକଙ୍କୁ ମିଳୁନାହିଁ । ଫଳରେ ବିକାଶ ବାଧାପ୍ରାପ୍ତ ହେଉଛି ବୋଲି କହିଥିଲେ ମୋଦୀ ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 1