spot_img

ଚଳିତ ବର୍ଷ ହେବ ନାହିଁ ଚନ୍ଦନେଶ୍ୱର ମେଳା

ବାଲେଶ୍ୱର : ବାବା ଚନ୍ଦନେଶ୍ୱର ପୀଠରେ ଚଡ଼କ ମେଳା ଅନୁଷ୍ଠିତ ହେବନାହିଁ । ବାଲେଶ୍ୱରର ଭୋଗରାଇ ସ୍ଥିତ ପ୍ରସିଦ୍ଧ ଶୈବ ପୀଠ ବାବା ଚନ୍ଦନେଶ୍ୱର ମନ୍ଦିରରେ ଚଳିତ ବର୍ଷ ଚଡ଼କ ମେଳା ଉନୁଷ୍ଠିତ ହେବନାହିଁ । କରୋନା କଟକଣାକୁ ଦୃଷ୍ଟିରେ ରଖି ମେଳାକୁ ବନ୍ଦ କରାଯାଇଛି । ମେଳାକୁ ବନ୍ଦ କରିବା ପାଇଁ ଚନ୍ଦନେଶ୍ୱର ଯାତ୍ରୀ ପ୍ରତିକ୍ଷାଳୟରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜିଲ୍ଲାପାଳଙ୍କ ସହ ବିଧାୟକ, ଜଳେସ୍ବର sdpo ଓ ସମସ୍ତ ଥାନା ଅଧିକାରୀ , ଟ୍ରଷ୍ଟ ବୋର୍ଡ଼ର ସଭାପତି , ସେବାୟତ ସଂଘର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ପ୍ରଥା ଅନୁସାରେ କେବଳ ନୀତି କାନ୍ତି ପାଳନ କରାଯିବ । କେବଳ ୧୪ ଜଣ ସେବାୟତ ଓ ଟ୍ରଷ୍ଟ ବୋର୍ଡ଼ର କର୍ମଚାରି ମାନେ ରହି ରୀତି ନୀତି ଅନୁଯାୟୀ ପୁଜା କାର୍ଯ୍ୟ କରିବେ । କରୋନାର ଦ୍ୱୀତିୟ ଲହରୀକୁ ଦୃଷ୍ଟିରେ ର୍ଖି ସାନିଟାଇଜର କରି ସାମଜିକ ଦୂରତା ରକ୍ଷା କରି କାର୍ଯ୍ୟ କରିବାକୁ ଜିଲ୍ଲାପାଳ କେ. ସୁଦେର୍ଶନ ଚକ୍ରବର୍ତ୍ତୀ ନିର୍ଦେଶ ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular