ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାୱତଙ୍କୁ କରୋନା । ତାଙ୍କ ଟେଷ୍ଟ ରିପୋର୍ଟ ଆଜି ପଜିଟିଭ ଆସିଥିବା ଜଣାପଡ଼ିଛି। ରିପୋର୍ଟ ପଜିଟିଭ ଆସିଥିବାରୁ ସେ ଆଇସୋଲେସନରେ ରହିଛନ୍ତି। ୫୬ ବର୍ଷୀୟ ଶ୍ରୀ ରାୱତ ଆଜି ଟ୍ୱିଟ କରି ଲେଖିଛନ୍ତି “ମୋ କରୋନା ଟେଷ୍ଟ ରିର୍ପୋଟ ପଜିଟିଭ ଆସିଛି।ଗତ କିଛି ଦିନରେ ଯେଉଁମାନେ ମୋ ସମ୍ପର୍କରେ ଆସିଛନ୍ତି ସେମାନେ ସତର୍କ ରୁହନ୍ତୁ ଏବଂ ନିଜର କରୋନା ଯାଞ୍ଚ କରନ୍ତୁ । ଏହାସହ ସେ ସମସ୍ତଙ୍କ କୁଶଳ ସ୍ୱାସ୍ଥ୍ୟ କାମନା କରିଛନ୍ତି।ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଥିବା ତ୍ରିବେନ୍ଦ୍ର ସିଂହ ରାୱତ ଟ୍ୱିଟ କରି ତିରଥ ସିଂହ ରାୱତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେ କହିଛନ୍ତି, “ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାୱତ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ପାଇଛି। ମୁଁ ତାଙ୍କ ଆଶୁ ଆରୋଗ୍ୟ କାମନା କରୁଛି।”



Visitors Today : 0
Total Visitors : 130432
Total Views : 9891963
Visitors Online Now : 0