ବାଲିଆପାଳ: କରୋନାର ଦିତ୍ୱୀୟ ଲହାରୀ ଆରମ୍ଭ ହୋଇଥିବା ବେଳେ ମେଳାକୁ ନେଇ ଅସନ୍ତୋଷ ପ୍ରକାଶ । ବାଲିଆପାଳର ଲଙ୍ଗଳେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ମେଳା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏକ ହଜାରରୁ ଉର୍ଦ୍ଧ ଉଠା ଦୋକାନୀ ମେଳାରେ ପସରା ମେଲାଇଛନ୍ତି । ମୀନାବଜାର, ଖାଦ୍ୟ ପସରା, ଛୋଟପିଲାଙ୍କ ଦୋଳି ସମେତ ନାନା ପ୍ରକାରର ଦୋକାନ ମେଳାରେ ବସିଛି । ପ୍ରତିଦିନ ହଜାର ହଜାର ଲୋକଙ୍କ ସମାଗମ ହେଉଛି । ମେଳାରେ ନାହିଁ କୌଣସି ସାମାଜିକ ଦୂରତା, କିମ୍ବା କାହାରି ମୁହଁରେ ନାହିଁ ମାକ୍ସ । ମେଳାରେ ହେଉଥିବା ଭିଡ ଯୋଗୁଁ କରୋନା ବ୍ୟାପିବା ନେଇ ଆଶଙ୍କା ଦେଖାଦେଇଛି । ସେହିପରି ମେଳାକୁ ଲାଗି ଥିବା ପାର୍ବତୀ ନଦୀ କଡରେ ସ୍ଥାୟୀ ଟେଣ୍ଟ ଲଗାଇ ଖୁଲମ ଖୁଲା ଚାଲିଛି ଜୁଆ ଖେଳ । ସବୁଠାରୁ ବଡକଥା ହେଉଛି ଏହି ମେଳା ପାଇଁ ପ୍ରଶାସନ କୌଣସି ଅନୁମତି ଦେଇନଥିବା ବେଳେ ମେଳାରେ ସିଂଲା ଥାନାର ପୋଲିସ କର୍ମଚାରୀ ମାନେ ମେଳାରେ ନିୟୋଜିତ ଥିବା ଦେଖିବାକୁ ମିଳିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0