କେନ୍ଦୁଝର: କେନ୍ଦୁଝରରେ ବ୍ଲକ ସ୍ତରୀୟ ସମ୍ବର୍ଦ୍ଧନା ସମାରୋହ ଓ କର୍ମକର୍ତ୍ତା ଚୟନ । ଓଡ଼ିଶା କୁଡ଼ୁମୀ ସେନା ପକ୍ଷରୁ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା । ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତର କୁଡୁମୀ ସମ୍ପ୍ରଦାୟର ଲୋକେ ଏହି ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଭାବେ ଓଡିଶା କୁଡୁମୀ ସେନାର ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ ଉପସ୍ଥିତ ଥିଲେ । ସମ୍ମାନୀୟ ଅତିଥି ଭାବେ ରାଜ୍ୟ କୋଷଧକ୍ଷ ଲମ୍ବୋଦର ମହାନ୍ତ, ରାଜ୍ୟ କାର୍ୟ୍ୟ କାରିଣୀ ସଦସ୍ୟ ବିନୋଦ ବିହାରୀ ମହାନ୍ତ ଙ୍କ ସହ ବହୁ ବରିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ । ପରେ ଉପସ୍ଥିତ ବରିଷ୍ଟ ବ୍ୟକ୍ତି ମାନେ ଜାତି କିଭଳି ଭାବେ ଶିକ୍ଷା, ଚାକିରୀ ଓ ରାଜନୀତି କ୍ଷେତ୍ରରେ ଅବହେଳିତ ହେଉଛି ସେ ବିଷୟରେ ଅବିଭାଷଣ ରଖିଥିଲେ । ସଭାରେ ସଭାପତି ଭାବେ ଭବାନୀ ଶଙ୍କର ମହାନ୍ତ, ଉପସଭାପତି ଦୁର୍ୟ୍ୟୋଧନ ମହାନ୍ତ, ସାଧାରଣ ସଂପାଦକ ଲକ୍ଷ୍ମୀ ଧର ମହାନ୍ତ, ମହିଳା ସଭାନେତ୍ରୀ ଭାବେ ଦୁର୍ଗା ବତୀ ମହାନ୍ତ, ଉପଦେଷ୍ଟା ଜୟକୃଷ୍ଣ ମହାନ୍ତ, ବିରଞ୍ଚି ନାରାୟଣ ମହାନ୍ତ ଙ୍କୁ ସାହାରପଡା ବ୍ଲକର କର୍ମକର୍ତ୍ତା ଭାବେ ଚୟନ କରାଯାଇଥିଲା । ପାଟଣା ବ୍ଲକ ସଭାପତି ଅଶୋକ କୁମାର ମହାନ୍ତ ସଭା ପରିଚାଳନା କରିଥିବା ବେଳେ ସାହାରପଡା ବ୍ଲକ ର ଉପଦେଷ୍ଟା ବିରଞ୍ଚି ନାରାୟଣ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।



Visitors Today : 0
Total Visitors : 130430
Total Views : 9891961
Visitors Online Now : 0