ଖୋର୍ଦ୍ଧା : ‘ଶ୍ରୀ ସତ୍ୟସାଈ’ ସେବା ସଂସ୍ଥା ପକ୍ଷରୁ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧା ଜିଲ୍ଲାର କୁହୁଡ଼ି-ରତନପୁର ଗ୍ରାମରେ ରହିଛି ‘ଶ୍ରୀ ସତ୍ୟସାଈ ବାବା’ ଙ୍କର ଆଶ୍ରମ । ଏହି ଆଶ୍ରମରେ ସତ୍ୟସାଈ ବାବା ଙ୍କ ଭକ୍ତ ଡାକ୍ତର ମଧୁସୂଦନ ସେନାପତି ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ରୋଗୀ ଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେବା ପ୍ରଦାନ କରାଯାଇଥିଲା । ଶ୍ରୀ ସତ୍ୟସାଈ ବାବା ଙ୍କର ନୀତି ଆଦର୍ଶ ରେ ଅନୁପ୍ରାଣୀତ ହୋଇ ସେବା ମନୋବୃତ୍ତି ରଖି ‘କରୋନା’ ସମୟରେ ଗାଁ-ଗାଁ ବୁଲି ଏଭଳି ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି ବୋଲି ଡାକ୍ତର କହିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0