କେନ୍ଦୁଝର: କେନ୍ଦୁଝର ଓ କୋଇଡ଼ାର ବିଭିନ୍ନ ଟ୍ରକ ମାଲିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ । ପାରାଦୀପରେ ଅନଲୋଡ଼ିଙ୍ଗ ସମସ୍ୟା ନେଇ ଏହି ଦାବିପତ୍ର ପ୍ରଦାନ କରାଯାଇଛି । ଦୀର୍ଘ ୧୦ ଦିନ ଧରି ଟ୍ରକ ଗୁଡିକ ଅନଲୋଡିଙ୍ଗ କରିପାରୁନାହାନ୍ତି । ଅନ୍ୟ ପଟେ ପାରାଦୀପ ଟ୍ରକ ଗୁଡ଼ିକ ଲାଇନରେ ନ ଯାଇ ଓଭର ଟେକ କରି ଅନଲୋଡ଼ିଙ୍ଗ କରୁଛନ୍ତି । କେନ୍ଦୁଝର ଟ୍ରକ ଗୁଡ଼ିକ ମାସକରେ ଥରେ ଅନଲୋଡ଼ିଙ୍ଗ କରୁଥିବା ବେଳେ ଜିଲ୍ଲା ବାହାର ଟ୍ରକ ଗୁଡ଼ିକ ପାଂଚ ଛଅ ଥର ଅନଲୋଡ଼ିଙ୍ଗ କରୁଛନ୍ତି । ଯାହାକୁ ନେଇ କର୍ମକର୍ତ୍ତା ମାନେ ଅଭିଯୋଗ କରିଛନ୍ତି । ଏହାସହ ଅନ୍ୟ ବିଭିନ୍ନ ଦାବି କରି ଜିଲ୍ଲାପାଳଙ୍କ ନିକଟରେ ଦାବି ପତ୍ର ପ୍ରଦାନ କରିଛନ୍ତି ।କିଛି ଦିନ ପୁର୍ବରୁ ସମସ୍ୟା ନେଇ ଚମ୍ପୁଆ ସ୍ବାଗତ ଗେଷ୍ଟହାଉସଠାରେ କେନ୍ଦୁଝର ଟ୍ରକମାଲିକ ସଂଘ ଓ କୋଇଡା ଟ୍ରକ ମାଲିକ ସଂଘର ମଧ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ହେଲେ କୌଣସି ସମାଧାନ ନ ବାହାରିବାରୁ କର୍ମକର୍ତ୍ତା ମାନେ ଜିଲ୍ଲାପାଳଙ୍କ ଦାବି ପତ୍ର ପ୍ରଦାନ କରିଛନ୍ତି । ଯଦିଏହି ସମସ୍ୟାର ସମାଧାନ ନ ହୁଏ ତେବେ ବାଧ୍ୟ ହୋଇ ଜିଲା ବାହାର ର ଟ୍ରକ କୁ ଲୋଡିଙ୍ଗ ବନ୍ଦ କରିବା ନେଇ ଚରମ ନିଷ୍ପତି ନେବେ ବୋଲି ଜିଲା ରେ ସମସ୍ତ ସଙ୍ଘ ର କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0