ତାଳଚୁଆ: କରୋନାର ଫୁଣି ଦ୍ୱିତୀୟ ଲହରୀ ଆରମ୍ଭ ହୋଇଯାଇଛି l ଯାହାକୁ ନେଇ ରାଜ୍ୟ ସରକାର କରୋନାଠୁ ଦୁରେଇ ରହିବା ପାଇଁ ନିଜର ତୟାରୀ କରିଥିବାବେଳେ ଅନ୍ୟପଟେ ଲୋକମାନଙ୍କୁ ସଚେତନ ମଧ୍ୟ୍ୟ ବିଭିନ୍ନ ଜରିଆରେ କରାଯାଉଛି l ଆମେ ଯଦି କହିବା କେନ୍ଦ୍ରାପଡ଼ା ଜିଲ୍ଲାର ଉପାନ୍ତ ଅଂଚଳ ତାଳଚୁଆ ସାମୁଦ୍ରିକ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଭିନ୍ନ ଏକ ଦୃଶ୍ୟ l ତାଳଚୁଆ ସାମୁଦ୍ରିକ ଥାନା ଶ୍ରୀକାନ୍ତ କୁମାର ବାରିକ ସାଧାରଣ ଲୋକଙ୍କ ପାଖରେ ପହଂଚି କରୋନାଠୁ ଦୁରେଇ ରହିବା ପାଇଁ ସରକାର କରିଥିବା ଗାଇଡ଼ ଲାଇନ ବିଷୟରେ ସଚେତନତା କରିବାର ଦୃଶ୍ୟ ସାମ୍ନାକୁ ଆସିଛି l ଯଦି କହିବା ତାଳଚୁଆ ବଜାରଠୁ ଆରମ୍ଭ କରି ଯାତ୍ରା ପେଣ୍ଡାଲ ଯାଏଁ ସବୁଠି କରୋନା କଟକଣାକୁ ମାନିବା ପାଇଁ ନିଜେ କରିଥିବା ସଚେତନତା ଭିଡିଓର ବାର୍ତ୍ତା ଲୋକଙ୍କ ପାଖରେ ପହଂଚାଉଥିଲେ l ଯଦି ନ ମାନିବେ ମହଙ୍ଗା ପଡିବ ଅମାନିଆଙ୍କୁ ମୋଟା ଅଙ୍କର ଫାଇନ ଦେବାକୁ ପଡିବ ଏବଂ ଆଇନଗତ ଦଣ୍ଡ ଦିଆଯିବ l ତାଳଚୁଆର ଏମିତି କେଉଁ ଦୋକାନ ନାହିଁ କି ଯେଉଁଠିକି ବିନା ମାସ୍କରେ ଗଲେ ଆପଣଙ୍କୁ ସଉଦା ମିଳିବ l ସମସ୍ତ ଦୋକାନରେ ଲେଖା ଯାଇଛି କି” ବିନା ମାସ୍କରେ କିଛି ଦିଆଯିବ ନାହିଁ “l ସମସ୍ତ ଦୋକାନୀମାନଙ୍କୁ ସଚେତନ କରାଯାଇଛି l ଦୋକାନୀ ମଧ୍ୟ୍ୟ ସ୍ୱର୍ଚ୍ଛ ପ୍ରକଳ୍ପହୋଇ ସଚେତନ ହୋଇଛନ୍ତି ଏବଂ କରୋନା ସହିତ ଲଢ଼ିବା ପାଇଁ ଅଣ୍ଟାଭିଡିଛନ୍ତି l ତାଳଚୁଆ ଅଞ୍ଚଳର କରୋନା ଦ୍ୱିତୀୟ ଲହରୀ ପୁରେଇ ଦେବେନି l ଏମିତି ତାଳଚୁଆ ଥାନା ସଚେତନ କରି କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କ ପାଇଁ ଏକ ସଚେତନ ବାର୍ତ୍ତା ସୃଷ୍ଟି କରିଛନ୍ତି l ନିକଟରେ ତାଳଚୁଆ କେରୁଆପାଳ ଅଞ୍ଚଳରେ ଯାତ୍ରା ଜ୍ୟୋତି ମହଲ ଅନୁଷ୍ଠାନ ପରିଦର୍ଶନ କରିଥିଲେ l ସେଠାରେ ମଧ୍ୟ୍ୟ ସରକାରଙ୍କର ସଠିକ ନିୟମକୁ ମାନି ଯାତ୍ରା ମଞ୍ଚସ୍ଥ ହୋଇଥିଲା l ଆସନ୍ତୁ ଆମେ ଏକାଠି ହେବା ସାମାଜିକ ଦୂରତା ବଜାଇ ରଖିବା ମାସ୍କ, ସାନିଟାଇଜର ବ୍ୟବହାର କରିବା କରୋନାକୁ ଆମ ଦେଶ ଏବଂ ଦୁନିଆରୁ ଦୁରେଇ ଦେବା l



Visitors Today : 1
Total Visitors : 130170
Total Views : 9891616
Visitors Online Now : 0