ଆଜି ବଲିଉଡ଼ର ପଙ୍ଗା ଗାର୍ଲ ଅର୍ଥାତ କ୍ୱିନ କଙ୍ଗନା ରଣାୱତଙ୍କ ଜନ୍ମଦିନ । କଙ୍ଗନା ଆଜି ନିଜର ୩୪ତମ ଜନ୍ମଦିନ ପାଳନ କରୁଛନ୍ତି । ୧୯୮୭ ମସିଆ ଆଜିର ଦିନରେ ହିମାଚଳରେ ଏକ ରାଜପୁତ ପରିବାରରେ ଜନ୍ମଗ୍ରହଣରେ କରିଥିଲେ । କଙ୍ଗନାଙ୍କ ମା ଆଶା ରନୌତ ଜଣେ ସ୍କୁଲ ଶିକ୍ଷୟତ୍ରୀ ଏବଂ ବାପା ଜଣେ ବ୍ୟବସାୟୀ। ଫିଲ୍ମ ‘ଗ୍ୟାଙ୍ଗଷ୍ଟର’ରୁ ବଲିଉଡ଼ରେ ଡ଼େବୁ୍ୟ କରିଥିଲେ କଙ୍ଗନା । ୨୦୦୬ରେ ପରାଦାକୁ ଆସିଥିଲା ଏହି ମୁଭି । ଯେଉଁଥିରେ କଙ୍ଗନାଙ୍କ ସହ ଇମରାନ ହାସୀମ ମଧ୍ୟ ନଜର ଆସିଥିଲେ । ଏହି ଚଳଚିତ୍ରଟି ବକ୍ସ ଅଫିସରେ ସୁପରହିଟ ହୋଇଥିଲା ଏବଂ କଙ୍ଗନାଙ୍କୁ ଫିଲ୍ମଫେୟାରରେ ଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର ପ୍ରଦାନ କରାଯାଇଥିଲା । ଏହାପରେ କଙ୍ଗନା ଆଉ ପଛକୁ ଫେରି ଚାହିଁନାହାନ୍ତି । ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦେଇଛନ୍ତି । କଙ୍ଗନା ଆଗକୁ ଫିଲ୍ମ ‘ଥଲାଇବି’ ରେ ନଜର ଆସିବେ । ଫିଲ୍ମର ଟ୍ରେଲର ଏବେ ସାମନାକୁ ଆସିଛି । କଙ୍ଗନାଙ୍କ ଜନ୍ମଦିନ ଅବସରରେ ଏହି ଅଫିସିଆଲ୍ ଟ୍ରେଲର ରିଲିଜ୍ ହୋଇଛି । ଏହି ଫିଲ୍ମଟି ତାମିଲନାଡୁର ଦିବଙ୍ଗତ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଜୀବନୀ ଉପରେ ଆଧାରିତ, ଯିଏ ଜଣେ ଅଭିନେତ୍ରୀରୁ ରାଜନେତା ହୋଇଥିଲେ । ତାଙ୍କ ବାୟୋପିକରେ କଙ୍ଗନା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0