ଆଳି : ଆଳି ବିଧାୟକଙ୍କ ମାରାଥନ ଉଦଘାଟନ । ଆଳି ରାଜା ସାହେବ ଶରତ ଚନ୍ଦ୍ର ଦେବଙ୍କ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଏହି ଉଦଘାଟନ କରାଯାଇଛି । ଏହି ଅବସରରେ ଆଳି ନିର୍ବାଚନ ମଣ୍ଡଳୀ ର ବରୁଣା ଗ୍ରାମ ପଞ୍ଚାୟତରେ ଶରତ ଦେବଙ୍କ ନାମରେ ନାମିତ ଏକ ଶିଶୁ ଉଦ୍ୟାନ, ବରୁଣା ପଞ୍ଚାୟତ କାର୍ୟ୍ୟାଳୟ ସମ୍ମୁଖରେ ଏକ ମିଶନଶକ୍ତି ଗୃହ ଓ ଏକ ପୁଷ୍କରଣୀ ପାର୍କର ଉଦଘାଟନ କରାଯାଇଛି । ଯାହାର ଉଦଘାଟନ କରିଛନ୍ତି ଆଳି ବିଧାୟକ ତଥା ସ୍ୱର୍ଗତ ରାଜା ଶରତ ଦେବଙ୍କ ପୁତ୍ର ପ୍ରତାପ କେଶରୀ ଦେବ । ଉଦଘାଟନ ପରେ ପଞ୍ଚାୟତ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ଉଦଘାଟନୀ ସମାରୋହରେ ଅଂଚଳବାସୀଙ୍କ ସହିତ ବହୁ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0