ଚିଲିକା : ଫାଇଲେରିଆ ରୋଗରେ ଆକ୍ରାନ୍ତ ହୋଇ ଯନ୍ତ୍ରଣାରେ ଛଟପଟ ହୋଉଥିବା ସନ୍ତୋଷ ବାରିକଙ୍କୁ ସହାୟତା ର ହାତ ବଢାଇଲେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡା. ସମ୍ବିତ ପାତ୍ର l ଚିଲିକା ବ୍ଲକ ଆଙ୍କୁଲା ଗ୍ରାମର ୩୨ ବର୍ଷୀୟ ସନ୍ତୋଷ ବାରିକ ଫାଇଲେରିଆ ରୋଗରେ ଆକ୍ରାନ୍ତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ତାଙ୍କର ଚିକିତ୍ସାରେ ସହାୟତା ପାଇଁ ପୂର୍ବରୁ ବହୁ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଥିଲା। ଶେଷରେ ସନ୍ତୋଷଙ୍କୁ ସହାୟ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା. ସମ୍ବିତ ପାତ୍ର ଏବଂ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ଆଜି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା. ସମ୍ବିତ ପାତ୍ର, ଚିଲିକାର ପୂର୍ବତନ ବିଧାୟକ ଡ଼ା. ବିଭୁତି ଭୂଷଣ ହରିଚନ୍ଦନ ଏବଂ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଆଙ୍କୁଲା ଗ୍ରାମରେ ସନ୍ତୋଷଙ୍କ ବାସଭବନକୁ ଆସି ଭୁବନେଶ୍ୱର ଏମ୍ସ ମେଡିକାଲକୁ ନେଇଛନ୍ତି। ଡ଼ା. ପାତ୍ର ନିଜେ ଆମ୍ବୁଲାନ୍ସ ଯୋଗେ ସନ୍ତୋଷଙ୍କୁ ଚିକିତ୍ସା ପାଇଁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ସର୍ବ ପ୍ରଥମେ ଅସ୍ତ୍ରୋପଚାର କରାଯାଇ ପ୍ରାୟ ଏକ ବର୍ଷ ଧରି ତାଙ୍କର ଚିକିତ୍ସା ଚାଲିବ ବୋଲି ଜଣାପଡିଛି। ଏହା ସହ ସନ୍ତୋଷଙ୍କ ଚିକିତ୍ସା ପାଇଁ ମଧ୍ୟ ଦିଲ୍ଲୀ ଏମ୍ସରୁ ଡାକ୍ତର ଟିମ୍ ଆସିବାର ବ୍ୟବସ୍ଥା ହୋଇଛି ବୋଲି ଡ଼ା. ସମ୍ବିତ ସୂଚନା ଦେଇଛନ୍ତି।



Visitors Today : 0
Total Visitors : 130430
Total Views : 9891961
Visitors Online Now : 0