ରାଜସ୍ଥାନର ଭିଲୱାଡା ଜିଲ୍ଲା ହନୁମାନନଗର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ଗ୍ୟାସ ସିଲିଣ୍ଡର ଭର୍ତ୍ତି ଏକ ଟ୍ରକରେ ହଠାତ ନିଆଁ ଲାଗି ଗୋଟିଏ ପରେ ଗୋଟିଏ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଭୀଷଣ ଶବ୍ଦ ହୋଇଥିଲା ଯାହା ଆଖପାଖ ଅଞ୍ଚଳକୁ ଥରାଇ ଦେଇଥିଲା। ଶବ୍ଦ ଶୁଣି ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା। ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ଭିଲବାଡା ପୋଲିସ ଅଧିକ୍ଷକ ବିକାଶ ଶର୍ମା କହିଛନ୍ତି ଯେ ଜୟପୁରରୁ ୪୦୦ରୁ ଅଧିକ ଘରୋଇ ଗ୍ୟାସ ସିଲିଣ୍ଡର ଭର୍ତ୍ତି ଏକ ଟ୍ରକ ୫୨ ନମ୍ବର ଜାତୀୟ ରାଜପଥ ଦେଇ କୋଟା ଯାଉଥିଲା। ବିଳମ୍ବିତ ରାତିରେ ଟିକଡ଼ ଗାଁ ନିକଟରେ ଏକ ଟର୍ଣ୍ଣିଙ୍ଗରେ ଟ୍ରକ ଡିଭାଇଡର ସହ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେତେବେଳେ ଗାଁରେ ବର୍ଷା ହେଉଥିଲା ଓ ବଜ୍ରପାତ ମଧ୍ୟ ହେଉଥିଲା। ଲଗାତାର ନିଆଁ ଓ ବିସ୍ଫୋରଣ ଯୋଗୁଁ ଅଗ୍ନିଶମ ବିଭାଗ, ପ୍ରଶାସନ ଓ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପାରୁନଥିଲେ। ଫଳରେ ନିଆଁ ସମ୍ପୂର୍ଣ ଅନିୟନ୍ତ୍ରିତ ହୋଇଯାଇଥିଲା। ରାତି ପ୍ରାୟ ୧୧ଟା ପରେ ନିଆଁ ନିୟନ୍ତ୍ରଣ କରାଯାଇଥିଲା।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0