ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପତ୍ନୀ ରଶ୍ମୀ ଠାକରେ କରୋନା ଆକ୍ରାନ୍ତ ହୋଇଛନ୍ତି। ମାର୍ଚ୍ଚ ୧୧ରେ ରଶ୍ମୀ କୋଭିଡ ଟିକାର ପ୍ରଥମ ଡୋଜ ନେଇଥିଲେ। ଏହାପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଶନିବାର ଉଦ୍ଧବଙ୍କ ପୁଅ ତଥା ମନ୍ତ୍ରୀ ଆଦିତ୍ୟ ଠାକରେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏହାପରେ କଣ୍ଟାକ୍ଟ ଟ୍ରେସିଂ ଜରିଆରେ ରଶ୍ମୀଙ୍କର କୋଭିଡ ପରୀକ୍ଷା ହୋଇଥିଲା। ସେପଟେ ଦେଶରେ କରୋନା ସଂକ୍ରମଣରେ ଲଗାତାର ବୃଦ୍ଧି ଘଟୁଛି । ଗତବର୍ଷ ଆଜିର ଦିନରେ କେନ୍ଦ୍ର ସରକାର ଲକଡାଉନ୍ ଲାଗୁ କରିଥିଲେ । ତେବେ ଆଜି ଯାଏ କରୋନା ଭାଇରସର ପ୍ରଭାବ କମିନି । ସଂକ୍ରମଣ ମାମଲା ପୁଣି ଥରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ୧୩୨ ଦିନ ପରେ ପ୍ରଥମଥର ଲାଗି ୪୭ ହଜାରରୁ ଅଧିକ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ବିଗତ ୨୪ ଘଣ୍ଟାରେ ଦେଶରେ ୪୭ ହଜାର ୨୬୨ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିୂବା ବେଳେ ୨୭୫ ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ବିଗତ ୨୪ ଘଣ୍ଟାରେ କରୋନାରୁ ୨୩ ହଜାର ୯୦୭ ଜଣ ସୁସ୍ଥ ହୋଇଛନ୍ତି । ଏହା ପୂର୍ବରୁ ଗତବର୍ଷ ନଭେମ୍ବର ମାସରେ ୪୭ ହଜାର ୯୦୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ।



Visitors Today : 0
Total Visitors : 130430
Total Views : 9891961
Visitors Online Now : 0