spot_img

ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ଏନ୍.ଭି ରମଣ

ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ଏନ୍.ଭି ରମଣ । ଏନେଇ ପ୍ରଧାନ ବଚିରପତି ଜଷ୍ଟିସ୍ ଏସ୍.ଏ ବୋବଡେ ତାଙ୍କ ନାଁ ସୁପାରିସ୍ କରିଛନ୍ତି । ସୁପ୍ରିମକୋର୍ଟର ୪୮ତମ ପ୍ରଧାନ ବିଚାରପତି ଲାଗି ଜଷ୍ଟିସ୍ ବୋବଡେ କେନ୍ଦ୍ର ସରକାରଙ୍କୁ ଜଷ୍ଟିସ୍ ଏନ୍.ଭି ରମଣଙ୍କ ନାଁ ସୁପାରିସ୍ କରିଛନ୍ତି । ଏପ୍ରିଲ୍ ୨୩ରେ ଜଷ୍ଟିସ୍ ଏସ୍.ଏ ବୋବଡେ ଅବସର ନେଉଥିବାରୁ ଜଷ୍ଟିସ୍ ଏନ୍.ଭି ରମଣ ଏପ୍ରିଲ ୨୪ରେ ଦାୟିତ୍ୱ ଗ୍ରହଣ କରିବେ ।ପ୍ରଧାନ ବିଚାରପତିଙ୍କ ପରେ ସୁପ୍ରିମକୋର୍ଟରେ ବରିଷ୍ଠ ଓକିଲ ହେଉଛନ୍ତି ଜଷ୍ଟିସ୍ ରମଣ । ସେ ୨୦୧୪ ଫେବ୍ରୁଆରୀ ୭ରେ ନିଯୁକ୍ତ ହୋଇଥିବା ବେଳେ ୨୦୨୨ ଅଗଷ୍ଟ ୨୬ରେ ତାଙ୍କ କାର୍ଯ୍ୟକାଳ ସରିବ । ୧୯୮୩ ମସିହା ଫେବ୍ରୁଆରୀ ମାସରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ଆଇନଜୀବୀ ଭାବେ ଜଷ୍ଟିସ୍ ରମଣ କାର୍ଯ୍ୟ ଆରମ୍ଭ କରିଥିଲେ । ଏଥିସହ ସେ ବିଭିନ୍ନ ସରକାରୀ ବିଭାଗ ଲାଗି ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular