ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଜମିଛି ପ୍ରଚାର । କାନ୍ଥିରେ ହାଇଟେକ୍ ପ୍ରଚାର ସମୟରେ ସଭାରେ ବଙ୍ଗବାସୀଙ୍କୁ ସମ୍ୱୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ନିର୍ବାଚନୀ ସଭାରେ ସେ ମମତାଙ୍କ ଉପରେ ଖୁବ ବର୍ଷିଛନ୍ତି । କେନ୍ଦ୍ରର ସବୁ ଅନୁଦାନ କୁଆଡେ ଗଲା ବୋଲି ଦିଦିଙ୍କୁ ପ୍ରଶ୍ନ କରିଛନ୍ତି ମୋଦି । ଶାନ୍ତିର ବାର୍ତ୍ତା ଦେଉଥିବା ମମତା ଦିଦିଙ୍କ ରାଜ୍ୟ ଏବେ ଅଶାନ୍ତ ହେବାରେ ଲାଗିଛି । ଏମିତିକି ଲୋକଙ୍କ ଘର ଉଜୁଡିବାରେ ବି ଲାଗିଛି । ଏଥର ଲୋକେ ବିଜେପିକୁ ଭୋଟ୍ ଦେବେ । ଏଠାରେ ବିଜେପି ସରକାର ଗଢିଲେ ଚାଷୀ ଭାଇଙ୍କୁ ସମ୍ମାନ ନିଧିର ବକେୟା ରାଶି ଦିଆଯିବ ବୋଲି ମୋଦି କହିଛନ୍ତି । ଦୁର୍ନୀତିକୁ ନେଇ ମୋଦି ଟିଏମସିକୁ ଟାର୍ଗେଟ କରି କହିଛନ୍ତି ଯେ ବିଜେପି ରାଜ୍ୟରେ ପ୍ରତ୍ୟେକ ଯୋଜନାକୁ ଦୁର୍ନୀତି ମୁକ୍ତ କରିବ ଏବଂ ସ୍ୱଚ୍ଛତା ଆଣିବ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0