spot_img

ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ କଟକଣା

କରୋନା ସଂକ୍ରମଣର ବଢ଼ୁଥିବା ନେଇ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ କଟକଣା ଏପ୍ରିଲ୍ ୩୦ ଯାଏ କଟକଣା ବୃଦ୍ଧି କରାଯାଇଛି । ତେବେ ପୂର୍ବରୁ କର୍ତ୍ତୃପକ୍ଷ ଅନୁମତି ଦେଇଥିବା ବିମାନ ଚଳାଚଳ କରିପାରିବ ବୋଲି କହିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ।ଗତବର୍ଷ ମାର୍ଚ୍ଚ ଶେଷ ସପ୍ତାହରୁ ଦେଶବ୍ୟାପୀ ଲକଡାଉନ୍ ଲାଗୁ ପରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ବନ୍ଦ କରି ଦିଆଯାଇଥିଲା । ୨୦୨୦ ମେ’ ମାସରେ ଅନ୍ୟ ଦେଶରେ କୋଭିଡ୍ ଯୋଗୁଁ ଫସି ରହିଥିବା ଭାରତୀୟଙ୍କୁ ଆଣିବା ଲାଗି ବନ୍ଦେ ଭାରତ ମିଶନ ଆରମ୍ଭ କରିଥିଲେ । ଏବେ ଏହି ମିଶନ ଦଶମ ପର୍ଯ୍ୟାୟରେ ପହଞ୍ଚିଛି । ସବୁ ସେବା ସ୍ୱାଭାବିକ ହେଉଥିବା ବେଳେ ଅନ୍ତର୍ଜାତୀୟ ଉଡ଼ାଣ ଲାଗି ୨୭ଟି ଦେଶ ସହ କଥାବାର୍ତ୍ତା କରିଛି ଭାରତ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular