spot_img

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଛତିଶଗଡ଼ ସୀମାନ୍ତରେ ପୁଲିସଙ୍କ କଡ଼ାକଡ଼ି ଯାଞ୍ଚ

ଛତିଶଗଡ଼ : ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ଛତିଶଗଡ଼ ସୀମାନ୍ତ ଅଂଚଳରେ ଅଧିକ ସଜାଗ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ବରଗଡ଼ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ଅମ୍ବାଭୋନା ପୋଲିସ ପକ୍ଷରୁ ଛତିଶଗଡ ସୀମାନ୍ତବର୍ତ୍ତୀ ରୁଚିଦା ତନଖି ଫାଟକ ଯାଂଚ କଡାକଡ଼ି ଆରମ୍ଭ ହୋଇଯାଇଛି । ଛତିଶଗଡ଼ର ବିଭିନ୍ନ ପ୍ରାନ୍ତ ଓ ବରଗଡ଼ରୁ ଆସୁଥିବା ଯାନବାହନ ଅଟକାଇ ମାସ୍କ ଯାଂଚ କରୁଛନ୍ତି । ଏଥି ସହ ଲୋକଙ୍କୁ ସଚେତନ କରି ମାସ୍କ ବିତରଣ କରିଥିଲେ । ଅନ୍ୟ ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ ନଜର ରଖିବା ସହିତ କରୋନା କବଳରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ସଚେତନ କରିଥିଲେ । ଏଥିରେ ରୁଚିଦା ଗାଁର ଆଶା କର୍ମୀମାନେ ନିୟୋଜିତ ଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular