ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କହେଁଇମୁଣ୍ଡା ଛକ ନିକଟରେ ଏକ ପିକଅପ ଭ୍ୟାନ ଓଲଟି ପଡ଼ିବାରୁ ୨୫ ଜଣ ଶ୍ରମିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଅତି ଗୁରୁତର ଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ତେନ୍ତୁଳିଖୁଣ୍ଟ ବ୍ଲକ ଅନ୍ତର୍ଗତ ନାଗି ଓ ଦେଓପାଲି ଗାଁର ୩୦ଜଣ ଶ୍ରମିକଙ୍କୁ ନେଇ ଏହି ପିକଅପ ଭ୍ୟାନଟି ନନ୍ଦାହାଣ୍ଡି ମେଗା ଜଳ ଯୋଗାଣ ଯୋଜନାରେ ଚାଲିଥିବା ପାଇପ ବିଛାଇବା କାମ କରିବାକୁ ଯାଉଥିଲା କ୍ଷ ଦ୍ରୁତ ଗତିରେ ଥିବାରୁ କହେଁଇମୁଣ୍ଡା ବୁଲାଣି ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା କ୍ଷ ଫଳରେ ଏଥିରେ ବସିଥିବା ଶ୍ରମିକଙ୍କ ମଧ୍ୟରୁ ୨୫ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ତେନ୍ତୁଳିଖୁଣ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଦୁଇ ଜଣଙ୍କ ଅବସ୍ଥା ଅତି ଗୁରୁତର ଥିବାରୁ ସେମାନଙ୍କୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେହିଭଳି ଗୁରୁତର ଥିବା ଅନ୍ୟ ୪ ଶ୍ରମିକଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0