spot_img

ଆସନ୍ତାକାଲି ଭାରତ ବନ୍ଦ

ଆସନ୍ତାକାଲି କୃଷକଙ୍କ ଆନ୍ଦୋଳନକୁ ଚାରି ମାସ ପୂରଣ ହେବାକୁ ଯାଉଛି । ଏହି ଅବସରରେ ମାର୍ଚ୍ଚ ୨୬ରେ କୃଷକ ସଂଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି।ଏହି ବନ୍ଦରେ ବ୍ୟବସାୟୀ ସଂଗଠନ, ଟ୍ରେଡ୍ ୟୁନିୟନ, ଟ୍ରକ୍ ୟୁନିୟନ, ବସ୍ ୟୁନିୟନ ଏହି ଆନ୍ଦୋଳନକପ ସମର୍ଥନ ଦେବେ । ଆନ୍ଦୋଳନ ପୂର୍ବରପ କୃଷକ ନେତା ଲୋକଙ୍କୁ ହାତ ଯୋଡି କ୍ଷମପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ବନ୍ଦ ପାଇଁ ହେଉଥିବା ଅସୁବିଧା ଆମେ ଦୁଃଖିତ । ଆସନ୍ତାକାଲି ଅର୍ଥାତ ଶୁକ୍ରବାର ସକାଳ ୬ରୁ ସଂନ୍ଧ୍ୟା ୬ ଯାଏଁ ଭାରତ ବନ୍ଦ ପାଳନ କରାଯିବ । ସେପଟେ ବନ୍ଦ ପାଳନ ସମୟରେ ସଡକ, ରେଳ ପରିବହନ ସହ ବଜାର ବନ୍ଦ ରହିବ । କେବଳ ଅତ୍ୟାବଶକୀୟ ସେବା ଜାରି ରହିବ । ଆମ୍ବୁଲାନ୍ସ ସେବା ସମେତ ସମସ୍ତ ଜରୁରୀକାଳୀନ ସେବା ବନ୍ଦରୁ ବାଦ ରହିବ ବୋଲି କହିଛି ସଂଯୁକ୍ତ କିଷାନ ମୋର୍ଚ୍ଚା। ଦୀର୍ଘ ଚାରି ମାସ ଧରି କୃଷକ ରାଜରାସ୍ତାରେ ହକକ ପାଇଁ ଲଢେଇ କରୁଥିବାବେଳେ ସରକାର ବଧିର ସାଜିଛି । ଯେ ପର୍ୟ୍ୟନ୍ତ ଆମକୁ ଆମ ହକ ମିଳିନାହିଁ, ସେପର୍ୟ୍ୟନ୍ତ ଆମେ ଆନ୍ଦୋଳନରୁ ଓହରିବୁ ନାହିଁ ବୋଲି କହିଛନ୍ତି ଚାଷୀ ନେତା ବୁଟା ସିଂ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular